ETV Bharat / state

ପଙ୍କରୁ ଫୁଟିଲା ପଦ୍ମ, ଦାନ ମାଝୀଙ୍କ ଝିଅ ମାଟ୍ରିକ ପାସ

author img

By

Published : Jun 26, 2021, 10:24 PM IST

ମାଟ୍ରିକ ପରୀକ୍ଷାରେ ପାସ କରିଛନ୍ତି ବହୁଚର୍ଚ୍ଚିତ ଦାନ ମାଝୀଙ୍କ ବଡ ଝିଅ ଚାନ୍ଦିନୀ ମାଝୀ । 280 ମାର୍କ ରଖି ମାଟ୍ରିକ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଧିକ ପଢନ୍ତୁ...

Dana majhi daughter matric pass
ପଙ୍କରୁ ଫୁଟିଲା ପଦ୍ମ, ଦାନା ମାଝୀଙ୍କ ଝିଅ ମାଟ୍ରିକ ପାସ

ଭବାନୀପାଟଣା: ପଙ୍କରୁ ଫୁଟିଲା ପଦ୍ମ, ଦାନ ମାଝୀଙ୍କ ଝିଅ ମାଟ୍ରିକ ପାସ । ଶୁକ୍ରବାର ପ୍ରକାଶିତ ମାଟ୍ରିକ ପରୀକ୍ଷାରେ ପାସ କରିଛନ୍ତି ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ ଝିଅ ଚାନ୍ଦିନୀ ମାଝୀ।

୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳା ରାମପୁର ବ୍ଲକ ଅର୍ନ୍ତଗତ ନାକରୁଣ୍ଡି ପଞ୍ଚାୟତ ମେଲଘରା ଗାଁର ଦାନ ମାଝୀ । ମେଡିକାଲରେ ନିଜ ଅସୁସ୍ଥ ପତ୍ନୀଙ୍କ ମୃତ୍ୟୁ ପରେ ମୃତଦେହ ବୁହା ଗାଡି ନ ମିଳିବାରୁ ମୃତଦେହକୁ ବୋହି ନିଜ ଘରକୁ ନେଇଥିଲେ । ସେତେବେଳେ ଏହି ଘଟଣା ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା। ଏହା ପରେ ତାଙ୍କୁ ଦେଶ ବିଦେଶକୁ ଆର୍ଥିକ ସହାୟତା ମିଳିଥିଲା । ଚାରିଆଡୁ ଲୋକେ ସହାୟତା ବଢାଇଥିଲେ। ତାଙ୍କ ତିନି ଝିଅର ଶିକ୍ଷାର ବ୍ୟବସ୍ଥା କରାଯାଇଥିଲା ।

ଏହା ପରେ ତାଙ୍କର ତିନି ଝିଅ ଭୁବନେଶ୍ଵର କିସରେ ରହି ପାଠ ପଢ଼ୁଛନ୍ତି। ଚଳିତ ବର୍ଷ ତାଙ୍କ ବଡ଼ଝିଅ ମୋଟ 280 ମାର୍କ ରଖି ମାଟ୍ରିକ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି । ଏହାକୁ ନେଇ ଏବେ ଦାନ ମାଝୀଙ୍କ ପରିବାର ସହ ସ୍ଥାନୀୟ ଅଞ୍ଚଳବାସୀ ଖୁସିର ଲହରୀ ଖେଳିଯାଇଛି । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଦାନମାଝୀ ପୁନଃବିବାହ କରିଛନ୍ତି । ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି । ଦାନା ମାଝୀଙ୍କ ଏହି ଘଟଣା ରାଜ୍ୟର ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା ଏବଂ ବେଶ ଚର୍ଚ୍ଚା ଆଲୋଚନା କରାଯାଇଥିଲା ।

କଳାହାଣ୍ଡିରୁ ଅଜିତ ସିଂ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.