ETV Bharat / state

କାଗଜ କଲମରେ ତିଆରି ହୋଇଛି ରାସ୍ତା, ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ - କଳାହାଣ୍ଡିରେ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

ଗାଁକୁ ନାହିଁ ରାସ୍ତା, ନା ପାହାଡ କଟା ହୋଇଛି ନାଁ ପିଚୁ ପଡିଛି ହେଲେ କାଗଜ କଲମରେ ୯ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

alleged corruption in road construction
ରାସ୍ତା ନିର୍ମାଣରେ ଟଙ୍କା ହଡପ ଅଭିଯୋଗ
author img

By

Published : Mar 29, 2023, 10:05 PM IST

ରାସ୍ତା ନିର୍ମାଣରେ ଟଙ୍କା ହଡପ ଅଭିଯୋଗ

ଭବାନୀପାଟଣା: ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତୃଣମୂଳସ୍ତରରେ ତାହା କିଛି ଅସାଧୁ ଅଧିକାରୀଙ୍କ ଦୁର୍ନୀତିର ଶିକାର ହେଉଛି । ଏପରି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରୁ । କାମ ନକରି ଖାଇଗଲେ ଲୋକଙ୍କ ଲକ୍ଷଲକ୍ଷ ଟଙ୍କା । ରାସ୍ତା ନ କରି ୯ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଗାଁକୁ ନାହିଁ ଖଣ୍ଡେ ପକ୍କା ସଡକ । ଗମନାଗମନର ଅସୁବିଧା ହେତୁ ଗାଁକୁ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଏ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବେଡ଼ାଗାଁ ପଞ୍ଚାୟତ ଅନ୍ତର୍ଗତ ଇସନଲା ଗ୍ରାମକୁ ସଂଯୋଗ କରିବା ପାଇଁ ରାସ୍ତା । ପଞ୍ଚାୟତ କାର୍ଯ୍ୟାଳୟଠାରୁ ୭ କିଲୋମିଟର ଦୂରରେ ଥିବା ଇସନଲା ଗାଁକୁ ଏହି ରାସ୍ତାଟି ସଂଯୋଗ କରିଥାଏ । ଘାଟି ଓ ପଥୁରିଆ ରାସ୍ତା ଦେଇ ପ୍ରତ୍ୟେକ ଦିନ ବିପଦ ସଂକୁଳ ଅବସ୍ଥାରେ ଯିବା ଆସିବା କରନ୍ତି ଗ୍ରାମବାସୀ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧାରୁ ଗ୍ରାମବାସୀମାନେ ବଞ୍ଚିତ ହୋଇଥାନ୍ତି । ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । କିନ୍ତୁ କାଗଜ କଲମରେ ଏହି ଗାଁକୁ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ନକରି ଟଙ୍କା ଉଠାଣ ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ।

ରାସ୍ତା ନହୋଇ ଲକ୍ଷଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଓ ଦୁର୍ନୀତିରେ ପଞ୍ଚାୟତ ପିଇଓ, ଯନ୍ତ୍ରୀ ଓ ସରପଞ୍ଚ ସାମିଲ ଥିବା ନେଇ ପଞ୍ଚାୟତବାସୀ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କୁ ଅଭିଯୋଗ କରିବା ପରେ ବର୍ତ୍ତମାନ ବ୍ଲକ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ଶନିବାର ବିଡିଓ ଜିତେନ୍ଦ୍ର ମିଶ୍ର ଉକ୍ତ ଅଞ୍ଚଳକୁ ଗସ୍ତ କରି ତଦନ୍ତ କରିଥିଲେ । ଚଳିତ ବର୍ଷ ୨୦୨୨-୨୩ରେ ବେଡାଗାଁ ପଞ୍ଚାୟତକୁ ମିଳିଥିବା ସିଏଫସିର ୯ ଲକ୍ଷରୁ ଅଧିକ ଟଙ୍କା ବାଟମାରଣା ହୋଇଥିବା ଗତ ୧୩ ତାରିଖ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା । ପଞ୍ଚାୟତ ଏହି ସିଏଫ୍‌ସି ଟଙ୍କାରେ ୩ଟି ରାସ୍ତା ନିର୍ମାଣ କରିଥିବା କହୁଛି । ଯାହାକି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ ବୋଲି ଲୋକେ କହିଛନ୍ତି । ଉକ୍ତ ରାସ୍ତା ମଧ୍ୟରେ ପ୍ରଥମ ରାସ୍ତା ଇସନଲା ଗାଁରୁ ଶୁକପଦର, ଦ୍ଵିତୀୟ ରାସ୍ତା ଖସିଗୁଡ଼ା ଗାଁଠାରୁ ଶୁକପଦର ଏବଂ ତୃତୀୟ ରାସ୍ତା କୁମ୍ଭାରବାରୁଠାରୁ ଝାମକୁରଜ୍ଞା ରାସ୍ତା ବୋଲି ଦର୍ଶାଇଥିବା ବେଳେ ଏହି ଗାଁ ଗୁଡ଼ିକରେ କୌଣସି କାମ କରାଯାଇନାହିଁ । କିନ୍ତୁ ପଞ୍ଚାୟତବାସୀଙ୍କ ଆଖିରେ ଧୂଳିଦେଇ ସମୁଦାୟ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି ।

ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ପ୍ରଶାସନିକ ଅଧିକାରୀମାନେ ବିଜେଡି ନେତାଙ୍କୁ ନେଇ ତଦନ୍ତ କରୁଥିବାକୁ ଗ୍ରାମବାସୀ ବିରୋଧ କରିଛନ୍ତି । ବିଜେଡି ନେତାଙ୍କୁ ସାଙ୍ଗରେ ଧରି ବିଡିଓ ଓ ଅନ୍ୟ ଅଧିକାରକରୀଙ୍କ ତଦନ୍ତ କେତେଦୂର ଠିକ, ସେନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ତେବେ ଏନେଇ ଗ୍ରାମବାସୀ କହିଛନ୍ତି, " ରାସ୍ତା ନିର୍ମାଣ ହୋଇଥିବା ନେଇ କାଗଜ ପତ୍ରରେ ପ୍ରମାଣ ରହିଛି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ରାସ୍ତା ହେବା ତ ଦୂରର କଥା ଏଠାରେ ପିଚୁ ମଧ୍ୟ ପଡିନାହିଁ । ଜିଲ୍ଲାପାଳ ଏହି ଦୁର୍ନୀତିକୁ ନେଇ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦିଅନ୍ତୁ ।" ଅନ୍ୟପଟେ ଏ ସମ୍ପର୍କରେ ବିଡିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ଉତ୍ତର ମିଳିନଥିଲା । ସରପଞ୍ଚଙ୍କୁ ପଚାରିବାରୁ ସେ କହିଥିଲେ ଯେ, "ଏହି କାମଟା ପୂର୍ବ ସରପଞ୍ଚ ସମୟରେ ହେଇଥିଲା, ମୁଁ ଏହି ପ୍ରସଙ୍ଗରେ କିଛି ଜାଣିନାହିଁ। " ପିଇଓ କହିଛନ୍ତି, "ସେହି ପଇସାରେ ଫାଇଲ୍‌ରେ ଘାଟି କଟିଂ ହୋଇଛି । ହେଲେ ତାହା ମଧ୍ୟ ହୋଇନଥିବା ଦେଖିବାକୁ ମିଳିଛି ।" ତେବେ ପ୍ରଶ୍ନ ଉଠୁଛି, କାହିଁକି ଚୁପ୍ ବସିଛି ପ୍ରଶାସନ । ରାଜ୍ୟ ସରକାର କୋଟିକୋଟି ଟଙ୍କା ଏହିଭଳି ଭାବେ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.