ETV Bharat / state

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ଭକ୍ତ ଦାସଙ୍କ ପ୍ରତିକ୍ରିୟା - ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଭକ୍ତ ଦାସଙ୍କ ପ୍ରତିକ୍ରିୟା

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ଜନତା କର୍ଫ୍ୟୁ ପାଇଁ ମଧ୍ୟ ଜନସାଧାରଣଙ୍କୁ ନିବେଦନ କରିଥିଲେ ଭକ୍ତ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ଭକ୍ତ ଦାସଙ୍କ ପ୍ରତିକ୍ରିୟା

author img

By

Published : Nov 8, 2021, 9:49 PM IST

ଭବାନୀପାଟଣା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ନିଆଁ ଏବେ ରାଜ୍ୟ ରାଜନୀତିକୁ କରିଛି ସରଗରମ । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି ପ୍ରତିବାଦ ଆଉ ବିକ୍ଷୋଭ । ଘଟଣାର ମୁଖ୍ୟ ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ଅଭିଯୋଗରେ ସରକାରକୁ ଘେରିଛି ବିରୋଧୀ । ଏହାସହ ମମିତା ମେହେଙ୍କ ହତ୍ୟାକାଣ୍ଡ ଘଟଣାକୁ ଗୋଟିଏ ମାସ ବିତିଯାଇଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସଭାରେ ବସାଇବା ରାଜ୍ୟ ରାଜନୀତି ନିଆଁରେ ଘିଅ ଢାଳିଲା ଭଳି ଅନୁଭୂତ ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ଭକ୍ତ ଦାସଙ୍କ ପ୍ରତିକ୍ରିୟା

ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କଳାହାଣ୍ଡିର ବିଭିନ୍ନ ସ୍ଥାନରେ BSKY କାର୍ଡ ବଣ୍ଟନ ପାଇଁ ଯାଇଥିବା ମନ୍ତ୍ରୀ ବିଧାୟକଙ୍କୁ ବିରୋଧୀ କଂଗ୍ରେସ ଓ ବିଜେପି ଚରମ ବିରୋଧ କରିଥିବା ଦେଖିବାକୁ ମିଳିଛି । ଅଣ୍ଡାମାଡ଼ କଳା ପତାକା ପ୍ରଦର୍ଶନ ନାରାବାଜି କରି ଗାଁଠୁ ସହର ସବୁଠି ଗର୍ଜିଥିଲେ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପୂର୍ବରୁ ବିରୋଧୀ ବର୍ଜନ କରିଥିବାବେଳେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚରେ ସ୍ଥାନ ନଦେବା ନେଇ ଚେତାବନୀ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜନତା କର୍ଫ୍ୟୁ ପାଇଁ ମଧ୍ୟ ଜନ ସାଧାରଣଙ୍କୁ ନିବେଦନ କରିଥିଲେ ଭକ୍ତ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.