ETV Bharat / state

ରହିବନି ବିଜୁଳି ଅଭାବ, ବିଦ୍ୟୁତ୍‌ ଗ୍ରୀଡ଼ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେସିଙ୍ଗାରେ ବହୁ ପ୍ରତିକ୍ଷିତ ପ୍ରକଳ୍ପ ବିଦ୍ୟୁତ ଗ୍ରୀଡକୁ ମୁଖ୍ୟମନ୍ତ୍ରୀ ଭିସି ଯୋଗେ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : May 22, 2022, 7:19 AM IST

ରହିବନି ବିଜୁଳି ଅଭାବ,ବିଦ୍ୟୁତ ଗ୍ରୀଡ଼ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା: ବହୁ ପ୍ରତିକ୍ଷାର ଘଟିଲା ଅନ୍ତ । କଳହାଣ୍ତି କେସିଙ୍ଗାରେ ବହୁ ପ୍ରତିକ୍ଷିତ ପ୍ରକଳ୍ପ ବିଦ୍ୟୁତ ଗ୍ରୀଡକୁ ମୁଖ୍ୟମନ୍ତ୍ରୀ ଭିସି ଯୋଗେ ଉଦଘାଟନ କରିଛନ୍ତି । ପ୍ରାୟ ୧୦୦ କୋଟି ଟଙ୍କାରେ ନିର୍ମିତ ହୋଇଥିବା ୨୨୦/୧୩୨ କେଭି ଗ୍ରୀଡ଼ ଦ୍ବାରା ଜିଲ୍ଲାର ଅଧିକାଂଶ ଅଞ୍ଚଳବାସୀ ଉପକୃତ ହେବେ ।

ଏହାସହ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ବାସୀ ମଧ୍ୟ ଏହା ଦ୍ବାରା ଲାଭାନିତ୍ବ ହେବେ । ୫ଟି ସଚିବଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପାଳ ଗଭାଳି ପରାଗ ହର୍ଷଦ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସମେତ ଓପିଟିସିଏଲ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

କଳହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.