ETV Bharat / state

ଫାଣ୍ଡିରେ ଦ୍ବିତୀୟ ବିବାହ କରାଇଲା ପୋଲିସ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପତ୍ନୀ

author img

By

Published : Sep 15, 2022, 11:05 PM IST

Updated : Oct 11, 2022, 1:56 PM IST

କଳାହାଣ୍ଡି ବୋର୍ଡା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଫାଣ୍ଡିରେ ଜଣେ ବିବାହିତ ପୁରୁଷଙ୍କ ଦ୍ବିତୀୟ ବିବାହ କରାଇଛି ପୋଲିସ । ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ଫାଣ୍ଡିରେ ଦ୍ବିତୀୟ ବିବାହ କରାଇଲା ପୋଲିସ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପତ୍ନୀ
ଫାଣ୍ଡିରେ ଦ୍ବିତୀୟ ବିବାହ କରାଇଲା ପୋଲିସ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ପତ୍ନୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବୋର୍ଡା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଜିଲ୍ଲାର ବୋର୍ଡା ଫାଣ୍ଡିରେ ବେଆଇନ କାମ । ଦାୟୀତ୍ବରେ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଆଇନ ଉଲଂଘନ ଅଭିଯୋଗ । ଫାଣ୍ଡିରେ ଜଣେ ବିବାହିତ ବ୍ୟକ୍ତିର ଦ୍ବିତୀୟ ବିବାହ । ପୋଲିସ ଗାନ୍ଧର୍ବ ରୀତିନୀତିରେ ବିବାହ କରାଇଥିବା ଅଭିଯୋଗ । ଏନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ଅନ୍ୟ ଜଣେ ଯୁବତୀ ଉଭୟ ଉଭୟଙ୍କୁ ଫୁଲ ମାଳ ପିନ୍ଧାଉଛନ୍ତି । ପୋଲିସ କର୍ମଚାରୀ ଉପସ୍ଥିତିରେ ଏହି ବିବାହ ହେଉଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦ୍ବିତୀୟ ବିବାହ କରିଥିବା ବ୍ୟକ୍ତିଙ୍କ ଶାଶୁ । ଭିଡ଼ିଓ ଭାଇରାଲ ହେବା ପରେ କଳାହାଣ୍ଡି ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ପ୍ରଥମ ପତ୍ନୀ ।

ମିଳିଥିବା ସୂଚନା ଅନୁସାରେ ବୋର୍ଡା ଗାଁର ସନ୍ତୋଷ ପାଣିଗ୍ରାହୀ ୫ ବର୍ଷ ତଳେ ବୈଦିକ ରୀତିନୀତିରେ ଶ୍ରଦ୍ଧାଞ୍ଜଳିଙ୍କୁ ବିବାହ କରିଥିଲେ । ତାଙ୍କର ଏକ ସନ୍ତାନ ରହିଥିବା ବେଳେ ପତ୍ନୀ ଶ୍ରଦ୍ଧାଞ୍ଜଳି ଏବେ ପୁଣି ଥର ଗର୍ଭବତୀ ଅଛନ୍ତି । ସେପଟେ ସ୍ବାମୀ ଅନ୍ୟ ଜଣେ ବିବାହିତ ମହିଳାଙ୍କୁ ଧରିକି ପଳାଇଥିଲେ । ଏନେଇ ଶ୍ରଦ୍ଧାଞ୍ଜଳିଙ୍କ ପରିବାର ପକ୍ଷରୁ ବୋର୍ଡା ଫାଣ୍ଡିରେ ଅଭିଯୋଗ ମଧ୍ୟ ହୋଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା ଏନେଇ ଫାଣ୍ଡିରେ ଏକ ଷ୍ଟେସନ ଡାଇରୀ ମଧ୍ୟ ହୋଇଥିଲା । ଏହାସତ୍ତ୍ବେ ପୋଲିସ ଘଟଣାର ତଦନ୍ତ ମଧ୍ୟ କରିନଥିଲା ବୋଲି ଶ୍ରଦ୍ଧାଞ୍ଜଳିଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- କଳାହାଣ୍ଡି ଛାତ୍ରୀ ମୃତ୍ୟୁ ଘଟଣା, CBI ତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ପୋଲିସ ତଦନ୍ତରେ ଶିଥିଳତା ଦେଖି ଶ୍ରଦ୍ଧାଞ୍ଜଳିଙ୍କ ପରିବାର ଲୋକେ ନିଜେ ଖୋଜିବା ଆରମ୍ଭ କରିଥିଲେ । ଶ୍ରଦ୍ଧାଞ୍ଜଳିଙ୍କ ପରିବାର ବର୍ଗ ସନ୍ତୋଷଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ଉଭୟଙ୍କୁ ଠାବ କରି ପୋଲିସର ଜିମା ଦେଇଥିଲେ । ହେଲେ ପୋଲିସ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଫାଣ୍ଡି ଭିତରେ ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ଯୁବକଙ୍କ ଦ୍ବିତୀୟ ବିବାହ କରିଥିବା ଅଭିଯୋଗ ହୋଇଛି । ଫାଣ୍ଡି ଅଧିକାରୀ ନିଜେ ବସି ସତ୍ୟପାଠ କରାଇଲା ଭଳି ବିବାହ କରାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଭିଡ଼ିଓ ଭାଇରାଲ ହେବା ପରେ ଏହି ଘଟଣାକୁ ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ରକ୍ଷକ ଯଦି ଭକ୍ଷକ ସାଜେ ତାହାହେଲେ ଲୋକେ ନ୍ୟାୟ ପାଇବେ କେଉଁଠୁ ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏହି ଘଟଣା ପରେ ଶ୍ରଦ୍ଧାଞ୍ଜଳିର ମାଆ ଏସପିଙ୍କୁ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Oct 11, 2022, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.