ETV Bharat / state

କଳାହାଣ୍ଡିରେ କେତେ ହୋଇଛି ବିକାଶ, ଜନସାଧାରଣଙ୍କ ଆଗରେ ଚିଠା ରଖିଲା ବିଜେପି

ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଚାଲିଥିବା କେନ୍ଦ୍ର ବିଜେପି ସରକାର ଦେଶର ବିକାଶ ପାଇଁ ନେଇଥିବା ପଦକ୍ଷେପ ସହ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ହୋଇଥିବା ବିକାଶର ଚିଠା ଜନ ସାଧାରଣଙ୍କ ଆଗରେ ବିଜେପି ରଖିଛି । ଅଧିକ ପଢନ୍ତୁ

author img

By

Published : Jun 16, 2023, 7:01 AM IST

କଳାହାଣ୍ଡିରେ ବିଜେପି ପ୍ରଭାରୀଙ୍କ ପ୍ରେସମିଟ
କଳାହାଣ୍ଡିରେ ବିଜେପି ପ୍ରଭାରୀଙ୍କ ପ୍ରେସମିଟ
କଳାହାଣ୍ଡିରେ ବିଜେପି ପ୍ରଭାରୀଙ୍କ ପ୍ରେସମିଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସ୍ଥିତ ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟିର ମହାସମ୍ପର୍କ ଅଭିଯାନ । ମୋଦି ସରକାରଙ୍କ ୯ ବର୍ଷ ବିକାଶର ହିସାବ ଜନସାଧାରଣଙ୍କ ସମ୍ମୁଖରେ ରଖିଛି ଭାରତୀୟ ଜନତା ପାର୍ଟି । ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଚାଲିଥିବା କେନ୍ଦ୍ର ବିଜେପି ସରକାର ଦେଶର ବିକାଶ ପାଇଁ ନେଇଥିବା ପଦକ୍ଷେପ ସହ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ହୋଇଥିବା ବିକାଶର ଚିଠା ଜନ ସାଧାରଣଙ୍କ ଆଗରେ ବିଜେପି ରଖିଛି ।

କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଡି ପୁରେନ୍ଦେଶ୍ବରୀ ଯୋଗ ଦେଇଥିବା ବେଳେ ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ସୋନପୁର ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ପ୍ରମୁଖ ଯୋଗ ଦେଇଥିଲେ ।ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାରେ ହୋଇଥିବା ବିକାଶ ଓ ଜନହିତକର ଯୋଜନାଗୁଡିକ ସମ୍ପର୍କରେ ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଡି ପୁରେନ୍ଦେଶ୍ବରୀ ଜନସାଧାରଣଙ୍କ ଆଗରେ ରଖିଛନ୍ତି ।

ଏହି ଯୋଜନାଗୁଡିକ ସମ୍ପର୍କରେ ତୃଣମୂଳ ସ୍ତରରେ ଥିବା ଲୋକଙ୍କ ନିକଟକୁ ପହଞ୍ଚାଇବା ସହ ସଙ୍ଗଠନକୁ ମଜବୁତ କରିବା ପାଇଁ ଉପସ୍ଥିତ ଦଳୀୟ କର୍ମୀ ଓ ଜନ ସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ପରେ ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଡି ପୁରେନ୍ଦେଶ୍ବରୀ ଧର୍ମଗଡ଼ ମେଡ଼ିକାଲ, ସହ ବିଭିନ୍ନ ଗାଁ ପରିଦର୍ଶନ କରି ଲୋକଙ୍କ ଆଲୋଚନା କରିଥିଲେ ।

ପରେ ବୃଦ୍ଧିଜୀବୀ ସମ୍ମିଳନୀ ଓ ବଣିକ ସଂଘର କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥଲେ । ରେଳ ମରାମତି କାରଖାନା ନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଥିଲେ,"ନର୍ଲା ଠାରେ ହେବାକୁ ଥିବା ରେଳ ମରାମତି କାରଖାନା ପାଇଁ ରାଜ୍ୟ ସରକାର ୭୦ ପ୍ରତିଶତ ଜମି ପ୍ରଦାନ କରିଥିବା ବେଳେ ଆହୁରି ଜମି ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ରେଳ ବିଭାଗକୁ ପ୍ରଦାନ କରି ନାହାନ୍ତି । ଯାହା ଫଳରେ ରେଳ ମରାମତି କାରଖାନା ନିର୍ମାଣ ହେବାରେ ବିଳମ୍ବ ହେଉଛି ।

ଏହାସହ ଧର୍ମଗଡ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଟିଆଇ ସ୍ଥାପନ ମଧ୍ୟ ବିଳମ୍ବ ହୋଇଥିବା ବେଳେ ଧର୍ମଗଡ଼ ସହରରେ ଏକ ଡିପ୍ଲୋମା ଶିକ୍ଷା ପ୍ରତିଷ୍ଠା ସ୍ଥାପନ ନେଇ ଦାବି କରିଛନ୍ତି। ଏହାସହ କେସିଙ୍ଗାଠାରୁ ଭବାନୀପାଟଣା ରେଳ ଲାଇନ ସମ୍ପ୍ରସାରଣ ପାଇଁ ସର୍ଭେ କାମ ଆରମ୍ଭ ହେବ ବୋଲି କହିଛନ୍ତି ସାଂସଦ ବସନ୍ତ ପଣ୍ଡା । ସେପଟେ ଖୁବ ଶୀଘ୍ର ଉତ୍କେଲା ବିମାନ ବନ୍ଦରରୁ ଉଡାଣ ଯୋଜନା ଆରମ୍ଭ ହେବାକୁ ଯାଉଛି ଏଥିପାଇଁ କେନ୍ଦ୍ର ସରକାର ଅନେକ ବ୍ୟବସ୍ଥା କରିଥିବା ଏହାର ସୁବିଧା ପାଇବେ ଜିଲ୍ଲାବାସୀ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମଣ୍ଡଳ ସଭାପତି ଓ ସମସ୍ତ ବ୍ଲକରୁ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.