ETV Bharat / state

ମଣ୍ଡି ଅବ୍ୟବସ୍ଥା ନେଇ ବିଜେପିର ଗଣବିକ୍ଷୋଭ

author img

By

Published : Dec 15, 2022, 5:01 PM IST

ମଣ୍ଡି ଅବ୍ୟବସ୍ଥାକୁ ନେଇ ପୁଣି ଗର୍ଜିଲେ ଚାଷୀ । ଗତ ନଭେମ୍ବର ୨୫ ତାରିଖରୁ ଖରିପ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ବି ଏଥିରେ ଅବ୍ୟବସ୍ଥା ଲାଗି ରହିଛି । ଅଧିକ ପଢ଼ନ୍ତୁ

ମଣ୍ଡି ଅବ୍ୟବସ୍ଥା ନେଇ ବିଜେପିର ଗଣବିକ୍ଷୋଭ
ମଣ୍ଡି ଅବ୍ୟବସ୍ଥା ନେଇ ବିଜେପିର ଗଣବିକ୍ଷୋଭ

ମଣ୍ଡି ଅବ୍ୟବସ୍ଥା ନେଇ ବିଜେପିର ଗଣବିକ୍ଷୋଭ

ଭବାନୀପାଟଣା : ମଣ୍ଡି ଅବ୍ୟବସ୍ଥାକୁ ନେଇ ପୁଣି ଗର୍ଜିଲେ ଚାଷୀ । ଗତ ନଭେମ୍ବର ୨୫ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ବି ଏଥିରେ ଅବ୍ୟବସ୍ଥା ଲାଗି ରହିଛି । ଅନେକ ଚାଷୀଙ୍କ ଟୋକାନ ସମସ୍ୟାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ କଲମପୁର ବ୍ଲକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଚାଷୀମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ଏହାସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।

ସୂଚନାନୁସାରେ କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୫ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ଖରିଫ ଋତୁରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ୭୪ଟି ପ୍ୟାକ୍ସ, ୧୭୫ଟି ଧାନ ସଂଗ୍ରହ କେନ୍ଦ୍ର, ୩୩ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟା ରଖି ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ହେଲେ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ଯୋଗୁଁ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଉ ଚାଷୀଙ୍କ ଏହି ସମସ୍ୟାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି । ମଣ୍ଡି ଆରମ୍ଭରୁ ଚାଷୀଙ୍କ ଅନେକ ସମସ୍ୟା ଦେଖା ଦେଇଥିବା ବେଳେ ମଣ୍ଡି ମାନଙ୍କରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଆରଏମସି ଧାନ କ୍ୱିଣ୍ଟାଲ ପିଛା ୨ ପ୍ରତିଶତ ଟିକସ ନେଉଛି ।

ଏହାମଧ୍ୟ ପଢ଼ନ୍ତୁ. କ୍ଷତିପୂରଣ ଦାବିରେ ତହସିଲ କାର୍ଯ୍ୟାଳୟ ଘେରିଲେ ଚାଷୀ

ତଥାପି ଜିଲ୍ଲାର ଅନେକ ଧାନ ମଣ୍ଡି ଖୋଲା ଆକାଶ ତଳେ ଚାଲୁଛି । ମଣ୍ଡିରେ ସେଡ଼ ନଥିବା ସହ ଚାଷୀଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ସେହିପରି ପାନୀୟଜଳ ବିଦ୍ୟୁତ ଭଳି କୌଣସି ସୁବିଧା ନଥିବା ବେଳେ ମଣ୍ଡି ଆରମ୍ଭରୁ ହିଁ ମଣ୍ଡିରୁ ଧାନ ଉଠାଣ ଧିମେଇ ଯାଇଛି ।

ଏପରିକି କ୍ୱିଣ୍ଟାଲ ପିଛା ୬ରୁ ୭ କେଜି କଟନି ହେଉଛି । ଯଥାଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ବିଜେପିର ଏହି ଗଣ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଚାଷୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.