ETV Bharat / state

ସାର ଅଭାବକୁ ନେଇ BJDର ପ୍ରତିବାଦ ସଭା, ଜିଲ୍ଲାପାଳଙ୍କୁ ଦାବିପତ୍ର - kalahandi district news

ସାର ସଙ୍କଟକୁ ନେଇ କେନ୍ଦ୍ର ଉପରେ ବର୍ଷିଲା କଳାହାଣ୍ଡି ବିଜେଡି । ପ୍ରତିବାଦ ସଭା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ...

ସାର ଅଭାବକୁ ନେଇ BJD ର ପ୍ରତିବାଦ ସଭା, ଜିଲ୍ଲାପାଳଙ୍କୁ ଦାବିପତ୍ର

author img

By

Published : Sep 1, 2021, 9:58 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସମେତ ରାଜ୍ୟରେ ବର୍ଷାର ଅଭାବ ଯୋଗୁଁ ଚାଷଜମି ଫାଟି ଆଁ କରିଛି । ଆଉ ଯେଉଁଠି ଜଳସେଚନ ସୁବିଧାରେ ଚାଷ ହୋଇଛି, ସେଠି ଏବେ ସାରର ଘୋର ଅଭାବ ଚାଷ ଉଜାଡିବାକୁ ବସିଲାଣି । କେନ୍ଦ୍ରରୁ ଆବଶ୍ୟକ ଅନୁଯାୟୀ ସାର ଆସୁ ନ ଥିବାରୁ ଜିଲ୍ଲାର ଏବେ ସାରର ଅଭାବ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରିଛି BJD । ଆଜି (ବୁଧବାର) ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

ସାର ଅଭାବକୁ ନେଇ BJD ର ପ୍ରତିବାଦ ସଭା, ଜିଲ୍ଲାପାଳଙ୍କୁ ଦାବିପତ୍ର

ଦଳ ଅଭିଯୋଗ କରିଛି, କେନ୍ଦ୍ର ସରକାର ଉଚିତ ପରିମାଣର ସାର ଯୋଗାଇବାରେ ବିଫଳ ହେବା ପରେ ବଜାରରେ ଏବେ ସାରର ଘୋର ଅଭାବ ଦେଖିବାକୁ ମିଳିଲାଣି । ଯାହାର ସୁଯୋଗ ନେଇ ଅସାଧୁ ବେପାରୀମାନେ କଳାବଜାରୀ ଆରମ୍ଭ କରିଦେଲେଣି । ଆଜି ଅନୁଷ୍ଠିତ ପ୍ରତିବାଦ ସଭାରେ ଅନେକ ବିଜେଡି ନେତା ଓ କର୍ମୀ ସାମିଲ ହୋଇ କେନ୍ଦ୍ର ସରକାର ବିରୋଧରେ ନାରାବାଜି କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହା ସହ ଆଗାମୀ ଦିନରେ ମଧ୍ୟ ଚାଷୀଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରହିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.