ଭବାନୀପାଟଣା : ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ ପ୍ରତିବାଦ । ଯାହାକୁ ନେଇ ପ୍ରତିବାଦ କରିଛି ବିଜେଡି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ଜିଲ୍ଲାର ସମସ୍ତ ୧୩ ଗୋଟି ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଭବାନୀପାଟଣା ଠାରେ ଜିଲ୍ଲା ବିଜୁ ଛାତ୍ର, ଯୁବ, ମହିଳା ଜନତା ଦଳ ପକ୍ଷରୁ ମାଣିକେଶ୍ୱରୀ ମନ୍ଦିର ଠାରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ବାହାରିଥିଲା । ପରେ ସହର ପରିକ୍ରମା ପରେ ଜେଲଖାନା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ବିଜେଡି କର୍ମୀ ସାମିଲ ହୋଇଛନ୍ତି ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ