ଭବାନୀପାଟଣା: ସରକାରୀ ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟଣାକୁ ନେଇ ତାତିଲେ ସ୍ଥାନୀୟ ଲୋକେ । ସହାୟତା ଦାବିରେ ଭବାନିପାଟଣା ମେଡ଼ିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ।
ସୂଚନା ଅନୁଯାୟୀ, ଜୁନାଗଡ଼ ବ୍ଲକ ଦୁଣ୍ଡା ଗାଁ ର ଜାମ୍ବ ମାଝୀ ଶୁକ୍ରବାର ବାଇକରେ ଭବାନୀପାଟଣାରୁ ନିଜଗାଁକୁ ଫେରୁଥିଲେ । ସମୟରେ ସଦର ଥାନା ଅନ୍ତର୍ଗତ ଶଗଡା ଛକ ନିକଟରେ ଥୁଆମୂଳ ରାମପୁର ବ୍ଲକର ସରକାରୀ ଗାଡି ଧକ୍କା ଦେଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ଜାମ୍ବ ମାଝୀଙ୍କ ମୃତ୍ୟୁ ହୋଇଥିଲା।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ