ଭବାନୀପାଟଣା: ସଦର ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ କାପସରା ଛକ ନିକଟରେ ଏକ ମର୍ମନ୍ତୁନ୍ଦ ଦୁର୍ଘଟଣା ଘଟିଛି । ଏଠାରେ ପିକ୍ଅପ୍ ଭ୍ୟାନ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଭବାନୀପାଟଣାରୁ ଜୁନାଗଡ଼କୁ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ ୨୬ ନମ୍ବର ଜାତୀୟ ରାଜପଥ କାପସରା ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା ।
ଫଳରେ ଭାରସାମ୍ୟ ହରାଇ ପିକ୍ଅପ୍ ଭ୍ୟାନ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ପିକ୍ଅପ୍ ଭ୍ୟାନ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ