ETV Bharat / state

ଆମରଣ ଅନଶନରେ ଭବାନୀପାଟଣାର ବିସ୍ଥାପିତ ବ୍ୟବସାୟୀ - ବିସ୍ଥାପିତମାନଙ୍କୁ ଭୁଆଁ ବୁଲାଉଛି ପୌରବିଭାଗ

ନିଜ ହକ୍ ଓ ଅଧିକାର ପାଇଁ ଦୀର୍ଘ ୭ଦିନ ହେଲା ରାଜରାସ୍ତାରେ ବିସ୍ଥାପିତ ବ୍ୟବସାୟୀ । ଛୋଟ ଛୋଟ ବ୍ୟସାୟ କରି ପରିବାର ପ୍ରତିପୋଷଣ କରୁଥିବା ବିସ୍ଥାପିତମାନଙ୍କୁ ଭୁଆଁ ବୁଲାଉଛି ପ୍ରଶାସନ । ଅଧିକ ପଢ଼ନ୍ତୁ

ଆମରଣ ଅନଶନରେ ବିସ୍ଥାପିତ ବ୍ୟବସାୟୀ
ଆମରଣ ଅନଶନରେ ବିସ୍ଥାପିତ ବ୍ୟବସାୟୀ
author img

By

Published : Nov 22, 2022, 9:52 AM IST

ଭବାନୀପାଟଣା: ନିଜ ହକ୍ ଓ ଅଧିକାର ପାଇଁ ଦୀର୍ଘ ୭ଦିନ ହେଲା ରାଜରାସ୍ତାରେ ବିସ୍ଥାପିତ ବ୍ୟବସାୟୀ । ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବିସ୍ଥାପିତମାନଙ୍କୁ ଭୁଆଁ ବୁଲାଉଛି ପୌରପ୍ରଶାସନ । ଯାହାକୁ ନେଇ ଆନ୍ଦୋଳନରେ ବସିଛନ୍ତି ବିସ୍ଥାପିତ ବ୍ୟବସାୟୀ । ସୂଚନାନୁସାରେ ଗତ ୨୦୧୫ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା କଡରେ ଥିବା ଅନେକ ଦୋକାନୀଙ୍କ ଦୋକାନ ଭାଙ୍ଗିବା ସହ ବିସ୍ଥାପିତ କରିଥିଲା ପ୍ରଶାସନ ।

ଆମରଣ ଅନଶନରେ ବିସ୍ଥାପିତ ବ୍ୟବସାୟୀ

ଯଥାଶୀଘ୍ର ଦୋକାନ ଗୃହ ନିର୍ମାଣ କରି ପ୍ରତ୍ୟେକ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ଏନେଇ ଲକ୍ଷାଧିକ ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନମାନଙ୍କରେ ମାର୍କେଟ କମ୍ପ୍ଲେକ୍ସମାନ ନିର୍ମାଣ ମଧ୍ୟ ହୋଇଛି । ହେଲେ ବିସ୍ଥାପିତ ହେବାର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ନଗର ଉନୟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିସ୍ଥାପିତ ବ୍ୟବସାୟୀ । ଏହାକୁ ନେଇ ସହରର ଶତାଧିକ ବିସ୍ଥାପିତ ବ୍ୟବସାୟୀ ଏକତ୍ରିତ ହୋଇ ଗତ ସପ୍ତାହେ ଧରି ଦିନ ଓ ରାତି ଧାରଣାରେ ବସିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ କିମ୍ବା ନଗର ନିଗମବିଭାଗ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବାବେଳେ ଆନ୍ଦୋଳନକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିନାହିଁ ।

ଫଳରେ ଆମରଣ ଅନଶନ ଜାରି ରଖିଛନ୍ତି ବିସ୍ଥାପିତ ବ୍ୟବସାୟୀ । ଦୋକାନ ହରାଇଥିବା ସମସ୍ତ ହିତାଧିକାରୀଙ୍କୁ 7 ବର୍ଷର କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ, ଦୋକାନ ହରାଇଥିବା ସମସ୍ତ ହିତାଧିକାରୀମାନଙ୍କୁ ତାଙ୍କର ପୂର୍ବ ସ୍ଥାନରେ ଥଇଥାନ, ଦୋକାନ ଗୃହର ସର୍ବନିମ୍ନ ହାରରେ ଅଂଶଧନ ଜମା କରିବା ପାଇଁ ବ୍ୟବସ୍ଥା କରିବା ଆଦି ଦାବି ନେଇ 7 ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି ।

ଏ ସମ୍ପର୍କରେ ବିସ୍ଥାପିତ ବ୍ୟବସାୟୀ ସଂଘ ସଭାପତି ରୋହିତ ଦୁର୍ଗା କହିଛନ୍ତି, ''2015ରୁ ଭବାନୀପାଟଣାର ମୁନସିପାଲିଟି ଏଠିକାର ବିସ୍ଥାପିତ ବ୍ୟବସାୟୀଙ୍କ ଦୋକାନ ଭାଙ୍ଗିଛି । ହେଲେ 7 ବର୍ଷ ହେଲାଣି, ବିସ୍ଥାପିତ ବ୍ୟବସାୟୀଙ୍କୁ ତାଙ୍କ ଦୋକା ନ ଫେରାଉନି ପ୍ରଶାସନ । କିଛି ଲୋକଙ୍କୁ ଥଇଥାନ କରାଯାଇଥିବାବେଳେ, ବାକି ଲୋକଙ୍କ କଥା ବୁଝୁନି ପ୍ରଶାସନ । ଫଳରେ ବିସ୍ଥାପିତ ହୋଇଥିବା ବ୍ୟବସାୟୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଦୋକାନ ଭାଙ୍ଗି ବା ସମୟରେ ପ୍ରଶାସନ କହିଥିଲା ଯେଉଁ ଯାଗାରେ ଦୋକାନ ଭଙ୍ଗା ଯାଇଠି ହିଁ ତମକୁ ନୂଆ ଦୋକାନ ଦିଆଯିବ । ଏପରିକି ମୁନ୍ୟୁସିପାଲିଟି ସୁରକ୍ଷା ଭିତରେ ଯାହା ଯାହା ସୁବିଧା ଆସୁଛି ସେ ସବୁ ସୁବିଧା ଯୋଗାଇ ଦିଆଯିବ । ହେଲେ ଇତି ମଧ୍ୟରେ କୌଣସି କାମ କରିନି ପ୍ରଶାସନ । ପ୍ରତିଶୃତି ଦେଇ ଭୂଲିଯାଇଛି ପ୍ରଶାସନ ।''

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.