ETV Bharat / state

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣୀ ବାବୁ - କଲମପୁର ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ

ଭିଜିଲାନ୍ସ ଜାଲରେ କଲମପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମୁଖ୍ୟ କିରାଣୀ । ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଜିପିଏଫ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

କଳାହାଣ୍ଡି ଭିଜିଲାନ୍ସ ଜାଲରେ କିରାଣୀ ବାବୁ
କଳାହାଣ୍ଡି ଭିଜିଲାନ୍ସ ଜାଲରେ କିରାଣୀ ବାବୁ
author img

By

Published : Jun 24, 2022, 3:41 PM IST

ଭବାନୀପାଟଣା: ଭିଜିଲାନ୍ସ ଜାଲରେ କିରାଣୀ ବାବୁ । ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଜିପିଏଫ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଗିରଫ ।

କଳାହାଣ୍ଡି ଭିଜିଲାନ୍ସ ଜାଲରେ କିରାଣୀ ବାବୁ

ସୂଚନା ଅନୁଯାୟୀ କଲମପୁର ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ଗୁଣନିଧି ନାୟକ ନିଜର ଜିପିଏଫ ଟଙ୍କା ପାଇଁ ବାରମ୍ବାର ବିଇଓଙ୍କ କାର୍ଯ୍ୟାଳୟକୁ ଧାଉଁଥିଲେ । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଗୁଣନିଧିଙ୍କ ଜିପିଏଫ ଟଙ୍କା କରାଇ ଦେବା ପାଇଁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ସେ ଜିଲ୍ଲା ଭିଜିଲାନ୍ସ ବିଭାଗରର ଦ୍ବାରସ୍ତ ହୋଇଥିଲେ । ଅଭିଯୁକ୍ତ କିରାଣୀକୁ ଧରିବାକୁ ଭିଜିଲାନ୍ସ ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଆଜି(ଶୁକ୍ରବାର) ବିଇଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଗୁଣନିଧିଙ୍କ ଠାରୁ କିରାଣୀ ଯୁଧିଷ୍ଠିର ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରି ଟଙ୍କା ଜବତ କରିବା ସହ ଯୁଧିଷ୍ଠିରଙ୍କୁ ଗିରଫ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.