ETV Bharat / state

କାମ ଶେଷ ପୂର୍ବରୁ ରାସ୍ତାରୁ ଉଠିଲା ପିଚୁ, ଠିକାସଂସ୍ଥାକୁ ଚେତାବନୀ - kalahandi road problems

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେଉଥିବା କେନ୍ଦୁଗୁଡାରୁ ପାଇକପଡା ପ୍ରଧାନମନ୍ତ୍ରୀ ସଡ଼କରେ ପିଚୁ ଉଠିବା ଘଟଣାର ତଦନ୍ତ ପାଇଁ ବିଭାଗୀୟ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ।

before-the-work-was-done-bitumen-are-out-of-the-road-in-kalahandi-district
କାମ ଶେଷ ହେବା ପୂର୍ବରୁ ରାସ୍ତାରୁ ଉଠିଲା ପିଚୁ, ଠିକା ସଂସ୍ଥାକୁ ଚେତାବନୀ
author img

By

Published : May 15, 2020, 11:17 AM IST

ଭବାନୀପାଟଣା: ଜିଲ୍ଲା ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ହେଉଥିବା କେନ୍ଦୁଗୁଡାରୁ ପାଇକପଡା ପ୍ରଧାନମନ୍ତ୍ରୀ ସଡ଼କରେ ପିଚୁ ଉଠିବା ଘଟଣାର ତଦନ୍ତ ପାଇଁ ବିଭାଗୀୟ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ମୁଖ୍ୟ ନିର୍ବାହୀଯନ୍ତ୍ରୀ ଚନ୍ଦ୍ରମଣି ପଟ୍ଟନାୟକ ରାସ୍ତାର ଦୁଇଟି ସ୍ଥାନରୁ ନମୁନା ସଂଗ୍ରହ କରି ତାର ପରୀକ୍ଷା ନିରୀକ୍ଷା କରିଛନ୍ତି ।

କାମ ଶେଷ ହେବା ପୂର୍ବରୁ ରାସ୍ତାରୁ ଉଠିଲା ପିଚୁ, ଠିକା ସଂସ୍ଥାକୁ ଚେତାବନୀ

ପରୀକ୍ଷା ନିରୀକ୍ଷା ପରେ ରାସ୍ତାକାମ ନିମ୍ନମାନର ହୋଇଥିବା ଏବଂ ଏଥିରେ ସୁଧାର ଆଣିବା ସହ ବିଛା ଯାଇଥିବା ସମସ୍ତ ପିଚୁ ଉଠାଇ ପୁଣିଥରେ ପିଚୁ କରାଯିବ ବୋଲି କହିଛନ୍ତି । ଏହି ରାସ୍ତାରେ ଠିକା ସଂସ୍ଥା ପକ୍ଷରୁ ପିଚୁ କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ଗତ ୪ ଦିନ ତଳେ କାମ ବନ୍ଦ କରିଥିଲେ । ରାସ୍ତା ନିର୍ମାଣ କାମ ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଠିକା ସଂସ୍ଥାକୁ ମଧ୍ୟ ତାଗିଦ କରିଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.