ETV Bharat / state

ଉତ୍ସବ ମୁଖର କେସିଙ୍ଗା ସହର, ଚାଲିଛି ଜଗତ ଜନନୀଙ୍କ ଆରାଧନା

କଳାହାଣ୍ଡି କେସିଙ୍ଗା ସହରରେ ଚାଲିଛି ଜଗତ ଜନନୀଙ୍କ ଆରାଧନା । ସହରର ଆମ୍ବମାତା ମନ୍ଦିରରେ ସ୍ୱତନ୍ତ୍ର ଅଷ୍ଟମୀ ପୂଜା ଚାଲିଥିବାବେଳେ ମା'ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଅଧିକ ପଢନ୍ତୁ

ଉତ୍ସବ ମୁଖର କେସିଙ୍ଗା ସହର,ଚାଲିଛି ଜଗତ ଜନନୀଙ୍କ ଆରାଧନା

author img

By

Published : Oct 2, 2022, 5:19 PM IST

କଳାହାଣ୍ଡି: ଚାଲିଛି ପାର୍ବଣର ଋତୁ । ବିଭିନ୍ନ ପୂଜା ମଣ୍ଡପ ଓ ଶକ୍ତି ପୀଠରେ ଚାଲିଛି ଜଗତ ଜନନୀଙ୍କ ଆରାଧନା । ଏନେଇ ଚାରିଆଡେ ଆରମ୍ଭ ହେଲାଣି ଉତ୍ସବର ମାହୋଲ । ନବରାତ୍ରକୁ ନେଇ ବିଭିନ୍ନ ଶକ୍ତି ପୀଠରେ ମହାଷ୍ଟମୀ ପୂଜା ଚାଲିଥିବାବେଳେ, ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଚଳିତ ବର୍ଷ କୋରୋନା କଟକଣା ମୁକ୍ତ ପୂଜାକୁ ନେଇ ଚତୁର୍ଦିଗ ହୋଇଛି ଉତ୍ସବ ମୁଖର । ଚାରିଆଡେ ସୁସଜ୍ଜିତ ମେଢ ସାଙ୍ଗକୁ ଆଲୋକରେ ଝଲସୁଛି ପୁରପଲ୍ଲୀ ।

ଉତ୍ସବ ମୁଖର କେସିଙ୍ଗା ସହର,ଚାଲିଛି ଜଗତ ଜନନୀଙ୍କ ଆରାଧନା

ତେବେ କଳାହାଣ୍ଡି କେସିଙ୍ଗା ସହରରେ ଜୋରଦାର ହୋଇଛି ମା' ଙ୍କ ପୂଜା । ସହରର ଆମ୍ବମାତା ମନ୍ଦିର ରେ ସ୍ବତନ୍ତ୍ର ଅଷ୍ଟମୀ ପୂଜା ଚାଲିଥିବାବେଳେ, ମା'ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ଏହାସହ ମନ୍ଦିରରେ ୫ରୁ ଉର୍ଦ୍ଧ୍ବ ଅଖଣ୍ଡ ଦୀପ ପ୍ରଜ୍ଵଳନ ହେଉଥିବାବେଳେ, ଦିନ ରାତି ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଛତ୍ରର ମଧ୍ୟ ବ୍ୟବସ୍ଥା କରିଛି ମନ୍ଦିର ପରିଚାଳନା କମିଟି । ସେପଟେ ସହରର ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଚଳିତ ବର୍ଷ କଟକଣା ମୁକ୍ତ ରହିଥିବାବେଳେ, ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ- ଚାଲିଛି ମାଆଙ୍କ ଷଷ୍ଠୀ ପୂଜା, କାତ୍ୟାୟନୀ ରୂପରେ ଦର୍ଶନ ଦେଉଛନ୍ତି ଜଗତ ଜନନୀ

ଏନେଇ ମନ୍ଦିର ପରିଚାଳନା କନିଟି ସଭାପତି ଶଙ୍କର ଅଗ୍ରଓ୍ବାଲ କହିଛନ୍ତି, "ଆମର ଏଠାରେ ୯ଦିନ ଧରି ପୂଜା ହୁଏ । ପ୍ରଥମ ଦିନ ଦୀପ ପ୍ରଜ୍ଜ୍ବଳିତ ହୁଏ । ଚଳିଚ ବର୍ଷ ୫୫୦ ଦୀପ ଜଳା ଯାଇଥିଲା । ଯାହାକି ୯ଦଜିନ ଧରି ଦିନରାତି ଜଳିବ ଏହି ଦୀପ । ଏଥିସହ ଭକ୍ତଙ୍କୁ ଅତିକମରେ ଦିନକୁ ୫ ଥର ପ୍ରସାଦ ବାଣ୍ଟୁଛୁ । ପ୍ରତିଦିନ ଆଖୁପାଖ ଅଞଳରୁ ଭକ୍ତଙ୍କ ସୁଅ ଛୁଟୁଛି । ଅନ୍ୟପଟେ ଶ୍ରଦ୍ଧାଳୁ ବିତା ସାହୁ କହିଛନ୍ତି, "ଏଠାରେ ଭକ୍ତଙ୍କ ସମାଗମ ହେଉଛି । ଏଠାରେ ପ୍ଜରସାଦ ବଣ୍ଟନ ହେଉଛି ଏଥିସହ ଅଖଣ୍ଡ ଦୀପ ମଧ୍ୟ ପ୍ରଜ୍ଜ୍ବଳନ ହେଉଛି । ଶ୍ରଦ୍ଧାଳୁମାନେ ଭୋଗ ଧରି ମଧ୍ୟ ଘରକୁ ଫେରୁଛନ୍ତି ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.