ETV Bharat / state

ସରକାରୀ ମାନ୍ୟତା ଦାବିରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ - କଳାହାଣ୍ଡିରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ

କଳାହାଣ୍ଡିରେ ସରକାରୀ ମାନ୍ୟତା ଦାବିରେ ଅଙ୍ଗନୱାଡି କର୍ମୀମାନେ ବିକ୍ଷୋଭ କରିଛନ୍ତି । ଅଧିକ ପଢନ୍ତୁ...

Anganwadi workers protested for government recognition in Kalahandi
ସରକାରୀ ମାନ୍ୟତା ଦାବିରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ
author img

By

Published : Feb 19, 2021, 7:11 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ୟତା ତଥା ଅନ୍ୟ ସୁବିଧା ସମ୍ପର୍କରେ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ତେବେ ସେ 8 ଦଫାର ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦେଇଥିବା ଜଣାପଡିଛି ।

ସରକାରୀ ମାନ୍ୟତା ଦାବିରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ

ଅଙ୍ଗନୱାଡି କର୍ମୀମାନଙ୍କ ଦରମା 18000 ରୁ ଊର୍ଦ୍ଧ୍ବ କରିବା, କର୍ମୀମାନଙ୍କୁ ସରକାରୀ ପ୍ରାଇମେରୀ ଶିକ୍ଷୟିତ୍ରୀ ନିଯୁକ୍ତି, କର୍ମୀମାନଙ୍କୁ ଇପିଏଫ, ଇଏସଆଇ, ଗ୍ରାଚ୍ୟୁଟି ଆଦି ଯୋଗାଇବା ସହିତ ଯେଉଁ କର୍ମୀଙ୍କ ଶିକ୍ଷାକେନ୍ଦ୍ର ନାହିଁ ତାଙ୍କୁ 3 ହଜାର ଟଙ୍କା ଘରଭଡା ଦେବା ଓ ପରିଶେଷରେ ଗାଁ କଲ୍ୟାଣ ସମିତିରୁ କର୍ମୀଙ୍କୁ ବାଦ ଦେବା ଆଦି ଦାବି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ 8 ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।

ତେବେ ଆନ୍ଦୋଳନକାରୀମାନେ ପ୍ରଥମେ ବାଲାଜୀ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.