ETV Bharat / state

ଶୁଣୁ ନାହାନ୍ତି ସରକାର ସାମୁହିକ ଛୁଟିରେ କୃଷି ଅଧିକାରୀ

author img

By ETV Bharat Odisha Team

Published : Sep 1, 2023, 7:48 AM IST

ଶୁଣୁ ନାହାନ୍ତି ସରକାର ସାମୁହିକ ଛୁଟିରେ କୃଷି ବିଭାଗର ସମସ୍ତ ଅଧିକାରୀ । ସରକାର କୃଷକ ଓ କୃଷି କାର୍ଯ୍ୟକୁ ଗୁରୁତ୍ବ ଦେଇ ଅନେକ ଯୋଜନା କରିବା ସହ କୃଷକଙ୍କ ସମସ୍ତ ସମସ୍ୟା ଓ ତାର ସମାଧାନ ପାଇଁ କୃଷି ବିଭାଗରେ ଅନେକ କର୍ମଚାରି ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ

ଶୁଣୁ ନାହାନ୍ତି ସରକାର ସାମୋହିକ ଛୁଟିରେ କୃଷି ବିଭାଗର ସମସ୍ତ ଅଧିକାରୀ

ଭବାନୀପାଟଣା: ଶୁଣୁ ନାହାନ୍ତି ସରକାର ସାମୁହିକ ଛୁଟିରେ କୃଷି ବିଭାଗର ସମସ୍ତ ଅଧିକାରୀ । ସରକାର କୃଷକ ଓ କୃଷି କାର୍ଯ୍ୟକୁ ଗୁରୁତ୍ବ ଦେଇ ଅନେକ ଯୋଜନା କରିବା ସହ କୃଷକଙ୍କ ସମସ୍ତ ସମସ୍ୟା ଓ ତାର ସମାଧାନ ପାଇଁ କୃଷି ବିଭାଗରେ ଅନେକ କର୍ମଚାରି ନିଯୁକ୍ତ କରିଛନ୍ତି । ଯେମିତି କି ଗ୍ରାମ୍ୟ କୃଷି କର୍ମଚାରୀ ଓ ବ୍ଲକ ମାନଙ୍କରେ ମଧ୍ୟ କର୍ମଚାରୀ ନିଯୁକ୍ତ କରିଛନ୍ତି, ବିଶେଷ କରି ସରକାରଙ୍କ କାଳିଆ ଯୋଜନା, ବଳରାମ ଯୋଜନା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଇତ୍ୟାଦି ।

ମିଲେଟ ମିଶନ, ଜଳନିଧି ଯୋଜନା, କୃଷି କଲ୍ୟାଣ ଆଦି ଯୋଜନାରେ ସରକାର ସମସ୍ତ କୃଷି କର୍ମଚାରୀ ମାନଙ୍କୁ ନେଇ କାମ କରୁଛନ୍ତି ।ହେଲେ ତାହା ମାଧ୍ୟମରେ ଅସ୍ଥାୟୀ ନିଯୁକ୍ତ ଥିବା କର୍ମଚାରୀମାନଙ୍କୁ ଅନେକ ସମସ୍ୟା ହେଉଛି । ଦରମା କମ୍ ହେତୁ ଆର୍ଥିକ ସମସ୍ୟା ଦେଇ ଗତି କରିବାକୁ ପଡ଼ୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କର୍ମଚାରୀ । ଏହା ସହ ସମସ୍ତ ଅଫିସ ମାନଙ୍କରେ ଆବଶ୍ୟକ କର୍ମଚାରୀ ନାହାନ୍ତି । ଯାହା ଫଳରେ କମ କର୍ମଚାରୀରେ କାମ ଚଳାଇବା ସହ କାମର ଚାପରେ ଯୋଗୁଁ କୃଷି ଅଧିକାରୀ ଆମେ ମାନସିକ ରୋଗୀ ହେବାକୁ ପଡୁଛି । ଯାହାକୁ ନେଇ ତୁରନ୍ତ ସରକାର କୃଷି ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗରେ ରିଷ୍ଟ୍ରକ୍ଚରିଙ୍ଗ କରିବା ଦାବିରେ ପୂର୍ବରୁ ଜଣାଇଥିଲେ ମଧ୍ୟ ତାହା ପୁରଣ ହୋଇ ପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ...ଶୁଣୁ ନାହାନ୍ତି ସରକାର, ସମୂହ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଲେ କୃଷି ଅଧିକାରୀ

ଯାହାକୁ ନେଇ ଗତକାଲି(31 ଅଗଷ୍ଟ) ଠାରୁ ସମସ୍ତ କୃଷି କର୍ମଚାରୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ୍ ଛୁଟିରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କୃଷି ବିଭାଗ ଅଧିକାରୀ ସାମୁହିକ ଛୁଟିରେ ରହି ଧାରଣାରେ ବସିଛନ୍ତି । ଯେଉଁ ଦିନ ପର୍ଯ୍ୟନ୍ତ ସରକାର କୃଷି ଅଧିକାରୀ ମାନଙ୍କ ଦାବିକୁ ପୂରଣ ନ କରିଛନ୍ତି । ସେତେ ଦିନ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ମାନେ ସାମୁହିକ ଛୁଟିରେ ରହିବେ ବୋଲି ପ୍ରକାଶ କରିଛନ୍ତି । ତେବେ କୃଷି ଅଧିକାରୀ ମାନଙ୍କ ଏଭଳି ପଦକ୍ଷେପ ଯୋଗୁଁ ଚାଷ କାର୍ଯ୍ୟାରେ ସମସ୍ୟା ଦେଖା ଦେବା ସହ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେବେ ତେଣୁ ତୁରନ୍ତ ସରକାର କୃଷି ଅଧିକାରୀ ମାନଙ୍କ ଏହି ଦାବି ଉପରେ ସରକାର ଆଲୋଚନା କରିବାର ଆବଶ୍ୟକ ରହିଛି ।

ଇଟିଭି ଭାରତ,କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.