ETV Bharat / state

କଳାହାଣ୍ଡିରେ ପୁଣି ୬ କୋରୋନା ପଜେଟିଭ ଚିହ୍ନଟ - Corona positive identified in kalahandi

ପ୍ରତିଦିନ ଅଧିକାଂଶ ଜିଲ୍ଲାରୁ କୋରୋନା ପଜେଟିଭ ଚିହ୍ନଟ ହେଉଥିବାବେଳେ ସୋମବାର କଳାହାଣ୍ଡି ଜିଲ୍ଲାରୁ ଗୋଟିଏ ଦିନରେ ପୁଣି ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

kalahandi
କଳାହାଣ୍ଡି ୬ କୋରୋନା ପଜେଟିଭ ଚିହ୍ନଟ
author img

By

Published : Jun 22, 2020, 3:02 PM IST

Updated : Jun 22, 2020, 4:44 PM IST

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଅଧିକାଂଶ ଜିଲ୍ଲାରୁ କୋରୋନା ପଜେଟିଭ ଚିହ୍ନଟ ହେଉଥିବାବେଳେ ସୋମବାର କଳାହାଣ୍ଡି ଜିଲ୍ଲାରୁ ଗୋଟିଏ ଦିନରେ ପୁଣି ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆକ୍ରାନ୍ତ ୬ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୩ ଜଣ ମହିଳା ଥିବାବେଳେ ଏମାନେ ସମସ୍ତେ ନର୍ଲା ବ୍ଲକ ଘଣ୍ଟମାଲ ଟିଏମସିରେ ରହୁଥିଲେ । ତେବେ ପ୍ରତିଦିନ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ଘଟଣା ପ୍ରଶାସନକୁ ଚିନ୍ତାରେ ପକାଇଥିବା ବେଳେ ସାଧାରଣ ଲୋକେ ମଧ୍ୟ ଏନେଇ ଏକପ୍ରକାର ଆତଙ୍କିତ ।

kalahandi
୬ କୋରୋନା ପଜେଟିଭ ଚିହ୍ନଟ

ତେବେ କେଉଁ ପରିସ୍ଥିତିରେ ଏମାନେ ଆକ୍ରାନ୍ତ ହୋଇଛନ୍ତି ଏନେଇ ଜିଲ୍ଲା ପ୍ରଶାସନ କୌଣସି ସୂଚନା ଦେଇ ନଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୮ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୩୩ ଜଣ ଜିଲ୍ଲା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

କଳାହାଣ୍ଡି ୬ କୋରୋନା ପଜେଟିଭ ଚିହ୍ନଟ

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

Last Updated : Jun 22, 2020, 4:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.