ETV Bharat / state

କଳାହାଣ୍ଡି ମେଡ଼ିକାଲ କଲେଜରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ନାମଲେଖା

author img

By

Published : Feb 28, 2023, 2:05 PM IST

କଳାହାଣ୍ଡି ମେଡିକାଲ କଲେଜରେ ଚଳିତ ବର୍ଷରୁ ଆରମ୍ଭ ହେବ ନାମଲେଖା । ଗତ ଫେବୃଆରୀ ୧୪ ତାରିଖରେ ଏନ୍ଏମସିଟିର ୩ ଜଣିଆ ଟିମ ମେଡିକାଲ କଲେଜ ପରିଦର୍ଶନ କରିଥିଲେ । ଅଧିକ ପଢନ୍ତୁ

kalahandi medical college
kalahandi medical college
kalahandi medical college

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭଙ୍ଗାବାରୀରେ ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷରୁ ଆରମ୍ଭ ହେବ ନାମଲେଖା । ଏନେଇ ଜଣାପଡ଼ିବା ପରେ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି । ଗତ ଫେବୃଆରୀ ୧୪ ତାରିଖରେ ଏନ୍ଏମସିଟିର ୩ ଜଣିଆ ଟିମ୍ ଅଚାନକ ମେଡିକାଲ କଲେଜ ପରିଦର୍ଶନ କରିଥିଲେ । ଏହି ଟିମ କଲେଜ ପାଇଁ ଲାଇବ୍ରେରୀ, ଟିଚିଂ ହସ୍ପିଟାଲ ସମେତ ବିଭିନ୍ନ ବିଷୟ ଉପରେ ଆବଶ୍ୟକତା ପୂରଣ ନିମନ୍ତେ ରିପୋର୍ଟ ଦେଇଛନ୍ତି । ସେହିପରି ଅନ୍ୟପକ୍ଷରେ ମେଡିକାଲ କଲେଜ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ ସ୍ପର୍ଶ ଦେବା କାର୍ଯ୍ୟ ଚାଲିଛି ।

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟ ଭଙ୍ଗାବାରୀରେ ସରକାରୀ ମେଡିକାଲ କଲେଜର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଟାଟା ପକ୍ଷରୁ ପ୍ରାୟ ୨ ଶହ କୋଟି ବ୍ୟୟ ଅଟକଳରେ ମେଡିକାଲ କଲେଜ କ୍ୟାମ୍ପସ,ଏକାଡେମୀ ବିଲ୍ଡିଂ, ହଷ୍ଟେଲ , ଷ୍ଟାଫ କ୍ବାର୍ଟର୍ସ ନିର୍ମାଣ ହୋଇଛି । ସେହିଭଳି ପ୍ରାୟ ୨୦୬ କୋଟି ବ୍ୟୟ ଅଟକଳରେ ଟିଚିଂ ହସ୍ପିଟାଲ ନିର୍ମାଣାଧୀନ କଲେଜ କ୍ୟାମ୍ପସରେ ତିଆରି କରାଯାଉଛି । ଏହି ନିର୍ମାଣ କାର୍ଯ୍ୟ ଗୁଜରାଟର ଇରମ ଟ୍ରେଙ୍ଗଲ ସଂସ୍ଥା ପକ୍ଷରୁ ଚାଲିଛି ।

ଏହି ଟିଚିଂ ହସ୍ପିଟାଲ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନା ପରିସରରେ ଅସ୍ଥାୟୀ ଭାବରେ ଟିଚିଂ ହସ୍ପିଟାଲ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ଏହି ମେଡିକାଲ କଲେଜରେ ଚଳିତ ବର୍ଷ ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ । କିନ୍ତୁ ସବୁଠାରୁ ବିଡ଼ମ୍ବନାର ବିଷୟ ସମସ୍ତ ଷ୍ଟାଫ୍ କ୍ବାର୍ଟର୍ସ ନିର୍ମାଣ ଶେଷ ହୋଇଥିବା ବେଳେ ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍ ଏବଂ ଅଧୀକ୍ଷକଙ୍କ କ୍ବାର୍ଟର ନିମନ୍ତେ କୌଣସି ବ୍ୟୟବରାଦ ହୋଇ ନାହିଁ । ସେହିଭଳି ବର୍ତ୍ତମାନ ସିଡିଏମ୍ଓ କାର୍ଯ୍ୟାଳୟ ପରିସରରେ ଏଡିଏମ୍ ଓ ଅଫିସରେ ମେଡିକାଲ କଲେଜ ଅଧ୍ୟକ୍ଷ ଓ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଚାଲିଛି । ଏ ପର୍ଯ୍ୟନ୍ତ ୭୦ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ପ୍ରଫେସର ପଦବୀ ମଧ୍ୟରୁ ପ୍ରାୟ ୩୫ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେଣ୍ଟ୍ରାଲ ଲାଇବ୍ରେରୀ ପାଇଁ ବହି ଯୋଗାଡ଼ କରାଯିବା ସହ ୨୦ଟି କମ୍ପ୍ୟୁଟର ଲଗାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ତେବେ କମ୍ପ୍ୟୁଟର କିଣାରେ ବିଳମ୍ବ ହେଉଥିବା କାରଣରୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାର ପ୍ରାୟ ୨୦ଟି କମ୍ପ୍ୟୁଟର ମେଡିକାଲ କଲେଜରେ ଲଗାଯିବାକୁ ପଦକ୍ଷେପ ନିଆଯାଇଛି । ସେହିଭଳି ଟିଚିଂ ହସ୍ପିଟାଲ ନିମନ୍ତେ ପ୍ରାୟ ୭ କୋଟି ବ୍ୟୟ ଅଟକଳରେ ନିର୍ମାଣକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ୩୩୦ ବେଡ ବିଶିଷ୍ଟ ହସ୍ପିଟାଲ ନିମନ୍ତେ ବର୍ତ୍ତମାନ ଆଇସିୟୁର ପୁନର୍ବିନ୍ୟାସ ଚାଲିଛି । ଡାକ୍ତରଖାନା ପରିସରରେ ଏନେଇ ବ୍ୟାପକ ବ୍ୟବସ୍ଥା ଆରମ୍ଭ ହୋଇଛି । କଳାହାଣ୍ଡି ସରକାରୀ ମେଡିକାଲ କଲେଜରେ ଅଧ୍ୟକ୍ଷ ଓ ଡିନ ଭାବରେ ଡାକ୍ତର ବସନ୍ତ ପ୍ରଧାନ ଯୋଗ ଦେଇଥିବା ବେଳେ ଅଧୀକ୍ଷକ ଭାବରେ ଡାକ୍ତର ହରେକୃଷ୍ଣ ଦଳେଇ ଯୋଗ ଦେଇଛନ୍ତି ।

ଚଳିତ ବର୍ଷ ଅଗଷ୍ଟରୁ ସେପ୍ଟେମ୍ବର ମାସ ଭିତରେ ନାମଲେଖା ଆରମ୍ଭ ହେବ । ଏଥିନିମନ୍ତେ ଲ୍ୟାବ ଠାରୁ ଆରମ୍ଭ କରି ସିକ୍ୟୁରିଟି, ସଫେଇ ସମେତ ଅନ୍ୟାନ୍ୟ ବ୍ୟବସ୍ଥା କିଭଳି ହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି । ମେଡିକାଲ କଲେଜ ପରିସରରେ ବିଭିନ୍ନ ସଫେଇ , ସୌନ୍ଦର୍ଯ୍ୟକରଣ ଭଳି ସାମାନ୍ୟ କାମ ବାକି ରହିଛି । ଖୁବ୍‌ଶୀଘ୍ର ଟାଟା କମ୍ପାନି ସ୍ଵାସ୍ଥ୍ୟ ବିଭାଗକୁ ମେଡିକାଲ କଲେଜ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.