ETV Bharat / state

ଆନ୍ଧ୍ରରେ ବନ୍ଧା ପଡିଛନ୍ତି ଦାଦନ, ଉଦ୍ଧାର କରିବାକୁ ଶ୍ରମିକଙ୍କ ଭିଡିଓ ଜାରି

author img

By

Published : Mar 28, 2022, 6:51 PM IST

ପୁଣି ଥରେ ସାମ୍ନାକୁ ଆସିଛି ଦାଦନ ଶ୍ରମିକଙ୍କ କରୁଣ କାହାଣୀ । ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ଦାଦନ ଶ୍ରମିକ । ଅଧିକ ପଢ଼ନ୍ତୁ

ଆନ୍ଧ୍ରରେ ବନ୍ଧା ପଡିଛି ଦାଦାନ, ଉଦ୍ଧାର କରିବାକୁ ଶ୍ରମିକଙ୍କ ଭିଡିଓ ଜାରି

କଳାହାଣ୍ଡି: ପୁଣି ଥରେ ସାମ୍ନାକୁ ଆସିଛି ଦାଦନ ଶ୍ରମିକଙ୍କ କରୁଣ କାହାଣୀ । ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି ଦାଦନ ଶ୍ରମିକ । ଏହି ଶ୍ରମିକମାନେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳର ବାରିକପଡା,ବେହେରାଗୁଡା ଅଞ୍ଚଳର ବୋଲି ଜଣାପଡ଼ିଛି । ଖାଲି ସେତିକି ନୁହେଁ ସେମାନଙ୍କ ମଧ୍ୟରେ ଛତିଶଗଡ଼ର ଝାକରପଡା, ଦରଲପଡାର ଶ୍ରମିକମାନେ ସାମିଲ ରହିଛନ୍ତି ।

ଏହି ଶ୍ରମିକଙ୍କୁ ଦାଦନ ଖଟାଇବାକୁ ନେଇ ଠିକାଦାର ମାରପିଟ କରୁଥିବା ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ ଏହି ଶ୍ରମିକମାନେ କାମ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏମାନଙ୍କୁ 5 ମାସ ପୂର୍ବେ କନାଗାଁର ଥବିର ଓ ଖଣ୍ଡ ନାମକ ଶ୍ରମିକ ଦଲାଲ 5ରୁ 10 ହଜାର ଟଙ୍କା ଅଗ୍ରୀମ ଦେଇ ଆନ୍ଧ୍ରପ୍ରଦେଶ ଦାଦନ ଖଟାଇବାକୁ ନେଇ ଆସିଥିଲେ । ବର୍ତ୍ତମାନ ଟଙ୍କା ମାଗିବାରୁ ସେମାନଙ୍କୁ ଠିକାଦାର ମାରପିଟ୍‌ କରୁଥିବା ଅଭିଯୋଗ କରିଛନ୍ତି ଏହି ଶ୍ରମିକ ।

ପୂର୍ବରୁ ଅନେକ ଥର ଟଙ୍କା ମାଗିଲେ ଠିକାଦାର ଜଣକ ମାରଧର କରିଥିବା ଅଭିଯୋଗ ହୋଇଛି । ଏହାକୁ ଛାଡ଼ି ଦାଦନମାନଙ୍କୁ ନାନା ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଦାଦନମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ସାମିଲ ରହିଛନ୍ତି । ସେଠାରେ ଓଡ଼ିଶା ଓ ଛତିଶଗଡ଼ର ମିଶାଇ ମୋଟ 70ରୁ 80 ଜଣ ଶ୍ରମିକ ଫସି ରହିଛନ୍ତି । ନିର୍ଯାତନା ଅସହ୍ୟ ହେବାରୁ ବର୍ତ୍ତମାନ ସେଠାରୁ ତାଙ୍କୁ ଉଦ୍ଧାର କରିବାକୁ ଓଡ଼ଶା ପୋଲିସକୁ ବିନତି କରିଛନ୍ତି ଦାଦନ ଶ୍ରମିକ । ଶ୍ରମିକ ଦଲାଲମାନେ ସେମାନଙ୍କୁ ଏଠାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏଭଳି ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.