ଭବାନୀପାଟଣା: ପଦାରେ ପଡିଲା ଗୁରୁଙ୍କ କଳା କାରନାମା । ସୋସିଆଲ ମିଡିଆରେ ଅଶ୍ଲୀଳ ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ଶିକ୍ଷକ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବିଜମରା ଗାଁର ଜଣେ ଶିକ୍ଷକ ଏଭଳି ଅସଭ୍ୟ କାଣ୍ଡ ଭିଆଇଛନ୍ତି । ଅଭିଯୁକ୍ତଙ୍କ ନାମ ହନୁମତ ମାଝୀ ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ହନୁମତ ସୋସିଆଲ ମିଡିଆରେ ଏକ ଗ୍ରୁପ ତିଆରି କରି ସେଥିରେ ଜଣେ ମହିଳାଙ୍କ ଅଶ୍ଲୀଳ ଭିଡିଓ ପଠାଉଥିଲେ । ପରେ ଭିଡିଓଟି ଖୁବ୍ ଭାଇରାଲ ହୋଇଥିଲା । ଖବର ପାଇ ସମ୍ପୃକ୍ତ ମହିଳା ଜଣକ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ପୋଲିସ ଶିକ୍ଷକ ହନୁମତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ