ETV Bharat / state

ପାଳଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର - newborn baby girl

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଉନି ଗାଁମୁଣ୍ଡରେ ଥିବା ଏକ ପାଳଗଦାରୁ ଗୋଟିଏ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଅଧିକ ପଢନ୍ତୁ...

ପୁଣି ଅଲୋଡା ଶିଶୁକନ୍ୟା
ପୁଣି ଅଲୋଡା ଶିଶୁକନ୍ୟା
author img

By

Published : Feb 9, 2021, 12:18 PM IST

ଭବାନୀପାଟଣା: ପୁଣି ଅଲୋଡା ଶିଶୁକନ୍ୟା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଉନି ଗାଁମୁଣ୍ଡରେ ଥିବା ପାଳ ଗଦାରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁକନ୍ୟା।

ପୁଣି ଅଲୋଡା ଶିଶୁକନ୍ୟା

ସୂଚନାଅନୁସାରେ, ଶିଉନି ଗ୍ରାମର କିଛି ମହିଳା ଆଜି ସକାଳେ ଶିଶୁର କାନ୍ଦ ଶୁଣିବାକୁ ପାଇଲେ। କାନ୍ଦର ସ୍ବର ବାରି ମହିଳାମାନେ ଶିଶୁ ନିକଟରେ ପହଞ୍ଚିଥିଲେ। ପିଲାଟି ଗୋଟିଏ ପାଳଗଦା ପାଖରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ମହିଳାମାନେ ଗ୍ରାମାବାସୀଙ୍କୁ ଖବର ଦେଇଥିଲେ। ଏହା ପରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ। ଶିଶୁର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। ଶିଶୁକନ୍ୟାଟି କାହାର ଓ ସେହି ସ୍ଥାନକୁ କିପରି ଆସିଲା ସେ ବିଷୟରେ କିଛି ସୂଚନା ମିଳି ପାରିନାହିଁ ।

କେହି ଅବୈଧ୍ୟ ଗର୍ଭପାତ ହେଉ କିମ୍ବା ବେଆଇନ ଭାବେ ଲିଙ୍ଗ ନିରୂପଣରୁ କନ୍ୟା ସନ୍ତାନ ଜନ୍ମହେବା ଜାଣିବା ପରେ ଶିଶୁଟିକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.