ETV Bharat / state

ଚାଲିଥିଲା ଶିଶୁ ଶ୍ରମିକ ଚାଲାଣ, ରେଳଷ୍ଟେସନରୁ ଉଦ୍ଧାର କଲା କେସିଙ୍ଗା ପୋଲିସ

author img

By

Published : Jan 12, 2022, 8:18 AM IST

କଳାହାଣ୍ଡି ଜିଲ୍ଲା କେମିଙ୍ଗା ରେଳ ଷ୍ଟେସନରୁ ୫ ନାବାଳିକା ଓ ୨ ନାବାଳକ ଉଦ୍ଧାର । ଏହି ମାମଲାରେ କେସିଙ୍ଗା ଥାନା ପୋଲିସ୍ ୪ ଦଲାଲଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

five-minor-and-two-girl-boys-rescused-by-police
କେସିଙ୍ଗା ପୋଲିସ ଦ୍ୱାରା ୫ ନାବାଳିକା ଓ ୨ ନାବାଳକ ଉଦ୍ଧାର , ୪ ଦଲାଲ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେମିଙ୍ଗା ରେଳ ଷ୍ଟେସନରୁ ୫ ନାବାଳିକା ଓ ୨ ନାବାଳକ ଉଦ୍ଧାର । ଏହି ମାମଲାରେ କେସିଙ୍ଗା ଥାନା ପୋଲିସ୍ ୪ ଦଲାଲଙ୍କୁ ଗିରଫ କରିଛି । କେସିଙ୍ଗା ରେଳ ଷ୍ଟେସନରୁ ବିଶାଖାପାଟଣାକୁ ୪ ଜଣ ଦଲାଲ ଏହି ନାବାଳିକା ଓ ନାବାଳକଙ୍କୁ ଚାଲାଣ କରୁଥିବା ବେଳେ ପୋଲିସ ଉଦ୍ଧାର କରିଛି । କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଏହି ନାବାଳକ ଓ ନାବାଳିକାଙ୍କୁ ଏମାନେ ଟ୍ରେନ ଯୋଗେ ନେବାର ଉଦ୍ୟମ କରୁଥିଲେ ।

କିଛି ଯୁବକଙ୍କ ସନ୍ଦେହ ହେବାରୁ ଏମାନଙ୍କୁ ଅଟକାଇ ପଚାର ଉଚାର କରିଥିଲେ । ପରେ କେସିଙ୍ଗା ପୋଲିସ ଖବର ପାଇ ଷ୍ଟେସନରେ ପହଁଞ୍ଚିଥିଲେ । ଆଇଆଇସି ସତ୍ୟ ନନ୍ଦଙ୍କ ନେତୃତ୍ୱରେ ଚଢ଼ାଉ କରି ଏହି ୪ ଦଲାଲକୁ ଗିରଫ କରିଛନ୍ତି । ୪ ଜଣ ଦଲାଲଙ୍କ ଘର କେସିଙ୍ଗା ରୁପା ଗାଁର ରହିତ ନାଗ,ଡମ୍ ପଦର ଓ ବବୁଲୁ ସୁନା, ମଦନପୁର ରାମପୁର ଥାନା ପୁଜିଲଡୁ ଗାଁର ହରିବନ୍ଧୁ ନାଏକ ଏବଂ ନର୍ଲା ଥାନା ଅଞ୍ଚଳର ବିକାଶ ଶିଖା ବୋଲି ଜଣାପଡିଛି । ତେବେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.