ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ପ୍ରଶାସନ ପୁଣି ଥରେ ଜିଲ୍ଲାରେ ଯାନବାହନ ଚେକିଂକୁ କଡାକଡି କରିଛି । ବିନା ଲାଇସେନ୍ସ, ହେଲମେଟ ପିନ୍ଧି ଗାଡି଼ ଚଲାଉଥିବା ଲୋକଙ୍କଠୁ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ଫାଇନ ଆଦାୟ କରାଯାଇଛି ବୋଲି ସୂଚନା ମିଳିଛି ।

ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଭବାନୀପାଟଣା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚେକିଂ ପ୍ରକ୍ରିୟା ଆରମ୍ଭ କରାଯାଇଛି । ବିନା ଲାଇସେନ୍ସ, ହେଲମେଟ ଓ ବିନା ସିଟବେଲଟରେ ଯାତ୍ରା କରୁଥିବା ଲୋକଙ୍କ ଠାରୁ ଫାଇନ ଆଦାୟ କରାଯାଉଛି । ଚେକିଂ ସମୟରେ ୨୩ ଜଣ ଦୁଇ ଚକିଆ ଓ ୯ ଜଣ ୪ ଚକିଆ ଚାଳକ ବିନା ଲାଇସେନ୍ସରେ ଯାତ୍ରା କରୁଥିବାବେଳେ ସେମାନଙ୍କଠାରୁ ଫାଇନ ଆଦାୟ କରିଛି ପ୍ରଶାସନ ।
ଜିଲ୍ଲାରୁ ଆଜି ଚେକିଂ ସମୟରେ ୪ ଲକ୍ଷ ୧୭ ହଜାର ୬ ସହ ଟଙ୍କାର ଫାଇନ ଆଦାୟ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ । ଆଗକୁ ଏହିପରି ଚେକିଂ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡ଼ିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ