ଭବାନୀପାଟଣା: କଳାହାଣ୍ଡିରେ ପୁଣି 3 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 3 ଆକ୍ରାନ୍ତ ଗୋଲାମୁଣ୍ଡା ଅଞ୍ଚଳର । ଜିଲ୍ଲାରେ ଗତ ଏପ୍ରିଲ ମାସରେ ପ୍ରଥମଥର ପାଇଁ ଗୋଲାମୁଣ୍ଡା ବ୍ଲକରୁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ବର୍ତ୍ତମାନ ବିଭିନ୍ନ ବ୍ଲକରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଏହି ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ପକ୍ରିୟା ଜାରି ରହିଛି । ତେବେ ଜିଲ୍ଲା କୋଭିଡ ହସ୍ପିଟାଲରୁ ବର୍ତ୍ତମାନ ସୁଦ୍ଧା ୧୩ ଜଣ ରୋଗୀ ସୁସ୍ଥ ହୋଇଫେରିଥିବା ବେଳେ ୧୦ ଜଣ ରୋଗୀଙ୍କ ଚିକିତ୍ସା ଜାରି ରହିଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ