ETV Bharat / state

ଜୟପାଟଣା ପୋଲିସକୁ ସଫଳତା, ୩ ଡକାୟତ ଗିରଫ - 3 dakayt arrest in kalahandi

କଳାହାଣ୍ଡି ଜୟପଟଣା ଥାନା ଅଞ୍ଚଳରେ ଜଣେ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କଠାରୁ କିଛି ଦୁର୍ବୃତ୍ତ ଲକ୍ଷେରୁ ଊର୍ଦ୍ଧ୍ବ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ପୋଲିସ ତଦନ୍ତ ପରେ ଧରାପଡିଲା 3 ଡକାୟତ ।

ଜୟପାଟଣା ପୋଲିସକୁ ସଫଳତା, ୩ ଡକାୟତ ଗିରଫ
author img

By

Published : Nov 20, 2019, 6:18 AM IST

କଳାହାଣ୍ଡି: ସାବାଡ ହେଲେ ଲୁଟେରା । କଳାହାଣ୍ଡି ଜୟପଟଣା ଥାନା ଅଞ୍ଚଳରେ ଜଣେ ଫାଇନାସ୍ପ କମ୍ପାନୀର କର୍ମଚାରୀଙ୍କଠାରୁ କିଛି ଦୁର୍ବୃତ୍ତ ଲକ୍ଷେରୁ ଊର୍ଦ୍ଧ୍ବ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ଏହି ମାମଲାରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ଦେଖାଇଥିଲା । ପୋଲିସ ତଦନ୍ତ ପରେ ଧରାପଡିଲା 3 ଡକାୟତ ।

ଜୟପାଟଣା ପୋଲିସକୁ ସଫଳତା, ୩ ଡକାୟତ ଗିରଫ

ସୂଚନା ଅନୁସାରେ ଜୟପାଟଣା ବ୍ଲକରେ ଥିବା ଏକ ଭାରତ ପ୍ରାଇଭେଟ ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟଙ୍କ ଠାରୁ ଗତ ୧୨ ତାରିଖରେ ଜୟପାଟଣା ଥାନା ସର୍ଗିଗୁଡାରୁ କୁଚାଗାଁ ମଧ୍ୟରେ କିଛି ଦୁର୍ବୁର୍ତ୍ତମାନେ ଏକ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ୧ ଲକ୍ଷ ୨୨ ହଜାର ୭୯୮ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏନେଇ ଫାଇନାନ୍ସ କମ୍ପାନୀ ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତତ୍ପରତା ଦେଖାଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଆରମ୍ଭ କରିଥିଲା ଛାନବିନ । ଆଉ ଧରାପଡିଥିଲେ ୩ ଅଭିଯୁକ୍ତ ।

ଅଭିଯୁକ୍ତ ହେଲେ କୋକସରାର କଲାକୃଷ୍ଣ (ଲିଟୁବାଗ), ଧର୍ମଗଡ ଥାନା ଅନ୍ତର୍ଗତ ପର୍ଲା ଗ୍ରାମର ନିତେଶ ଦାସ ଏବଂ କୈଳାସ ଶବର । ସେମାନଙ୍କୁ ଗିରଫ କରିବା ସହ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ନେଇ ତଦନ୍ତ ଜାରି ରଖିଥିଲା ପୋଲିସ । ତଦନ୍ତ ପରେ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଯାଇଛି । ସେମାନଙ୍କଠାରୁ ଡକାୟତି ହୋଇଥିବା ୪୫ ହଜାର ୫୦ ଟଙ୍କା ଜବତ ହୋଇଥିବା ପୋଲିସ ପ୍ରକାଶ କରିଛି।

ଜୟପାଟଣା ଥାନା କୁଟୁରୁ ଫାଣ୍ଡି ଅଧିନରେ ଗତ କିଛିଦିନତଳେ ଏକ ଚୋରି ରାକେଟ ଧରାପଡିଥିବା ବେଳେ ପୁଣି ଜୟପାଟଣା ଥାନା ଅଞ୍ଚଳରେ ଡକାୟତି ଘଟଣାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଥାନାରେ କର୍ମଚାରୀ କମ୍‌ ଥିବାରୁ ଅପରାଧୀଙ୍କୁ ଧରିବାରେ ପୋଲିସ ପାଇଁ ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ଖାଲି ଥିବା ପଦବୀ ପୂରଣ କରିବାକୁ ଦାବି ହେଉଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ଜୟପାଟଣା ଥାନା କୁ ସଫଳତା, ୩ ଡକାୟତ କୁ କୋର୍ଟ ଚାଲାଣ।
ଜୟପାଟଣା ବ୍ଲକ ରେ ଥିବା ଏକ ଭାରତ ପ୍ରାଇଭେଟ ଫାଇନାନ୍ସ କମ୍ପାନୀ ର ଜଣେ ଏଜେଣ୍ଟ ଙ୍କ ଠାରୁ ଗତ ୧୨ ତାରିଖରେ ଜୟପାଟଣା ଥାନା ସର୍ଗିଗୁଡା ରୁ କୁଚାଗାଁ ମଧ୍ୟରେ ମଧ୍ୟାନ୍ନ ରେ ଅଜଣା ଦୁର୍ବୁର୍ତ୍ତ ମାନେ ଏକ ବାଇକ ରେ ଆସି ମାରଣାସ୍ତ୍ର ଦେଖାଇ ୧ ଲକ୍ଷ୨୨ ହଜାର ୭୯୮ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ, ଏନେଇ ଫାଇନାନ୍ସ କମ୍ପାନୀ Body:ଜୟପାଟଣା ଥାନା ରେ ଅଭିଯୋଗ କରିବା ପରେ ପୋଲିସ ତତ୍ପରତା ଦେଖାଇ ସୂଚନା ଆଧାର ରେ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଏହି ଘଟଣା ରେ ଅନ୍ୟ କେହି ସମ୍ପୃକ୍ତ ଥିବା ନେଇ ତଦନ୍ତ ଜାରି ରଖିଥିଲେ। ତେବେ ତଦନ୍ତ ପରେ ଆଜି ୩ ଅଭିଯୁକ୍ତ ଙ୍କୁ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତ କୁ ପଠାଯାଇଛି।ଅଭିଯୁକ୍ତ ମାନେ ହେଲେ କୋକସରା ର କଲାକୃଷ୍ଣ( ଲିଟୁବାଗ), ଧର୍ମଗଡ ଥାନା ଅନ୍ତର୍ଗତ ପର୍ଲା ଗ୍ରାମ ର ନିତେଶ ଦାସ, କୈଳାସ ଶବର ସେମାନଙ୍କ ଠାରୁ ଡକାୟତି ହୋଇଥିବା ୪୫ ହଜାର ୫୦ ଟଙ୍କା ଜବତ ହୋଇଥିବା ପୋଲିସ ପ୍ରକାଶ କରିଛି। ଜୟପାଟଣା ଥାନା କୁଟୁରୁ ଫାଣ୍ଡି ଅଧିନ ରେ ଗତ କିଛିଦିନ ତଳେ ଏକ ଚୋରି ରେକେଟ ଧରା ପଡିଥିବା ବେଳେ ପୁଣି ଜୟପାଟଣା ଥାନା ଅଞ୍ଚଳ ରେ ଡକାୟତି ଘଟଣା କୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। Conclusion:ଅନ୍ୟ ପକ୍ଷରେ ପୋଲିସ ରେ ଷ୍ଟାଫ କମ ଥିବାରୁ ଅପରାଧୀ ଙ୍କୁ ଧରିବାରେ ପୋଲିସ ପାଇଁ ଅସୁବିଧା ହେଉଥିବା ଅଭିଯୋଗ ହେଉଛି ଏଣୁ ଜିଲ୍ଲା ପୋଲିସ ପ୍ରଶାସନ ଖାଲି ଥିବା ପଦବୀ ପୂରଣ କରିବାକୁ ଦାବି ହେଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.