ETV Bharat / state

କଳାହାଣ୍ଡିରେ 2 ବର୍ଷରେ ୨୯୯ ଜଣ ସଡ଼କ ଦୁର୍ଘଟଣାରେ ମୃତ

author img

By

Published : Jan 18, 2023, 3:30 PM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ସଡକ ସୁରକ୍ଷା ସପ୍ତାହ ପାଳିତ। ଅଧିକ ପଢନ୍ତୁ

people died in accident
people died in accident

କଳାହାଣ୍ଡିରେ ୨୯୯ ଜଣ ସଡ଼କ ଦୁର୍ଘଟଣାରେ ମୃତ

ଭବାନୀପାଟଣା: ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ସରକାରୀ ସ୍ତରରେ ଯାହା ତଥ୍ୟ ଦେଉଛି ତାହା ଚିନ୍ତାର କାରଣ ହୋଇଛି । ଏଥିପାଇଁ ସରକାର ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ୩୩ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ ପଟେଲ, ବରିଷ୍ଠ ସାମ୍ବାଦିକ ଉମାଶାଙ୍କର କର, ବରିଷ୍ଠ ସାମ୍ବାଦିକ ସାନ୍ତାନୁ ବେହେରା, ଅତିରିକ୍ତ ଏସପି, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ, ପ୍ରମୁଖ ଯୋଗ ଦେଇଥିବା ବେଳେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ଅଟୋ ଚାଳକ ସଙ୍ଘର କର୍ମକର୍ତ୍ତା ସମେତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ଛୁଆମାନେ ଗାଡି ନଚଲାଇବା, ମଦ୍ୟପାନ କରି ଏବଂ ଦ୍ରୁତ ଗତିରେ ଗାଡି ନଚଲାଇବା, ବାଇକ ଚାଳନା ବେଳେ ହେଲମେଟ୍‌ ପିନ୍ଧିବା, 4 ଚକିଆ ଯାନ ଚଳାଚଳ ବେଳେ ସିଟ୍‌ ବେଲ୍ଟ ବାନ୍ଧିବା ସହ ସମସ୍ତ ଟ୍ରାଫିକ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ - ବିକ୍ରି ହେବ ଓପିଜିସିର 49 ପ୍ରତିଶତ ଅଂଶଧନ; ବିରୋଧୀଙ୍କ ଅସନ୍ତୋଷ, ସ୍ୱାଗତ କଲା ବିଜେଡି

ବିଗତ ଗୋଟିଏ ସପ୍ତାହ ଧରି ଜିଲ୍ଲାର ପ୍ରତ୍ୟେକଟି ସ୍କୁଲ କଲେଜ ଓ ଗାଁମାନଙ୍କରେ ସଡ଼କ ସୁରକ୍ଷାକୁ ନେଇ ପଥପ୍ରାନ୍ତ ନାଟକ ଓ ଡାକବାଦୀ ଯନ୍ତ୍ର ସାହାଯ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦୁର୍ଘଟଣା ରୋକିବା ପାଇଁ ଜିଲ୍ଲାର ପ୍ରତ୍ୟେକ ଲୋକଙ୍କୁ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ପାଳନର ଆବଶ୍ୟକ ବିଷୟରେ ଅବଗତ କରାଯାଇଥିଲା । ତେବେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଚାଲି ଯାଉଥିବା ବେଳେ ଗତ ୨୦୨୨-୨୩ ମସିହା ଆଜି ସୁଦ୍ଧା ଜିଲ୍ଲାରେ ୨୯୯ ଜଣଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ।

କଳାହାଣ୍ଡିର ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ କହିଛନ୍ତି,"କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶକ୍ରମେ ଓ ରାଜ୍ୟ ସରକାରଙ୍କର ଚିଠି ଅନୁଯାୟୀ ଆମେ ପ୍ରତିବର୍ଷ ଭଳି ଜାନୁଆରୀ ମାସ 11 ତାରିଖଠାରୁ 17 ତାରିଖ ଯାଏଁ 7 ଦିନ ଧରି ସଡ଼କ ସୁରକ୍ଷା ପାଳନ କରିଛୁ । ଓଡ଼ିଶାରେ ହଜାରହଜାର ସଂଖ୍ୟାରେ ଲୋକମାନେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । କଳାହାଣ୍ଡିରେ ବର୍ଷ ୨୦୨୨ରେ 147 ଜଣ ମୃତ୍ୟୁବରଣ କରିଛନ୍ତି । "

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.