କଳାହାଣ୍ଡିରେ 2 ଜଣ ଏଟିଏମ ଲୁଟେରାଙ୍କୁ ଗିରଫ କରିଛି ଜୁନାଗଡ଼ ପୋଲିସ । ଗିରଫ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲାର ଚୋଇବନ ବାଗ ବୋଲି ଜଣାପଡିଛି । ଅଭିଯୁକ୍ତ ଚୋଇବନଠାରୁ ୭ଟି ଏଟିଏମ କାର୍ଡ ସହ ୬୭ ହଜାର ଟଙ୍କା ଏବଂ ଦୁଇଟି ମୋବାଇଲ ଜବତ କରିଛି ପୋଲିସ ।
ଅଭିଯୁକ୍ତ ଏଟିଏମ ପାଖରେ ଛିଡାହୋଇ ଲୋକଙ୍କୁ ଟାର୍ଗେଟ କରିବା ସହ ଏଟିଏମରୁ ଟଙ୍କା ଉଠାଇବାରେ ସାହାଯ୍ୟ କରିବା ନାଁରେ ହଜାର ହଜାର ଟଙ୍କା ଲୁଟ କରୁଥିବା ଅଭିଯୋଗ ହୋଇଥିଲା । ତେବେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ