ଝାରସୁଗୁଡ଼ା: ଗାଡ଼ି ଶୋ ରୁମରେ ଅଭାବନୀୟ ଘଟଣା । ସୁମନ୍ତ ମାଝି ନାମକ ଏକ କର୍ମଚାରୀ ଶୋ ରୁମ ଛାତ ଉପରେ ଥିବା ଏକ ପାଣି ଟାଙ୍କିକୁ ସଫା କରିବାକୁ ଯାଇଥିବା ବେଳେ ପାଣିଟାଙ୍କି ଉପର ଦେଇ ଯାଇଥିବା ୧୩୨ କେଭି ବିଦ୍ୟୁତ ତାର ସ୍ପର୍ଶରେ ଆସିଥିଲେ । ଫଳରେ ସୁମନ୍ତଙ୍କୁ ଲାଗିଥିଲା ବିଦ୍ୟୁତ ଆଘାତ ।
ଶରୀରର ପାଖାପାଖି ୮୦ ଭାଗ ଜଳିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ବର୍ତ୍ତମାନ ସେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ନେଇ ଥାନା ରେ କୌଣସି ଖବର ରୁଜୁ ହୋଇନଥିବା ବେଳେ ସାମାଜିକ ଗଣମାଧ୍ୟମରୁ ଖବର ଜାଣି । ପୋଲିସ ନିଜ ଆଡୁ ଶୋ ରୁମ କୁ ଯାଇ ତଦନ୍ତ ଆରମ୍ଭ କରିଛି ।
ଝାରସୁଗୁଡ଼ାରୁ ରବିନାରାଯଣ ପାଣି, ଇଟିଭି ଭାରତ