ଝାରସୁଗୁଡା: ପାରିବାରିକ ବିବାଦରୁ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟାକଲା ସ୍ବାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅନ୍ତର୍ଗତ ଉପର ବଙ୍ଗଳାରେ । ମୃତ ମହିଳା ହେଉଛନ୍ତି ପଙ୍କଜିନୀ ନାଏକ ।
ସୂଚନାଅନୁସାରେ, ଗତକାଲି(ବୁଧବାର) ରାତିରେ କ୍ବାଟରରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ତେବେ ସ୍ବାମୀ ରମେଶ ନାଏକ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀ ପଙ୍କଜିନୀ ନାଏକଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହାସହ ପୋଲିସ ରମେଶ ନାଏକକୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ