ETV Bharat / state

ସୁଧୁରୁଛି ଝାରସୁଗୁଡା ବିମାନ ବନ୍ଦର ସ୍ଥିତି; 4 ମାସରେ ଯାତ୍ରା କରିଛନ୍ତି 60 ହଜାର - ଝାରସୁଗୁଡା ବିମାନ ବନ୍ଦର

ପ୍ରଥମରୁ ଆଶା ଆଶଙ୍କାରେ ଥିବା ଝାରସୁଗୁଡା ଭିଏସଏସ ବିମାନ ବନ୍ଦର ଧୀରେ ଧୀରେ ଯାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଉଛି । ଯାତ୍ରୀ କମିଥିଲେ ମଧ୍ୟ ଆଉ ବିମାନ ବାତିଲ ହେଉନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Aug 26, 2019, 11:44 PM IST

ଝାରସୁଗୁଡା: ବହୁ ଆଶା ନିରାଶା ଭିତରେ ଉଦଘାଟନ ହେଲା ଝାରସୁଗୁଡା ବିମାନ ବନ୍ଦର । ରାଜ୍ୟର ଏହି ଦ୍ବିତୀୟ ବିମାନ ବନ୍ଦରକୁ ନେଇ ରାଜ୍ୟବାସୀ ଅନେକ ଆଶା ରଖିଛନ୍ତି । ବିମାନସେବା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଝାରସୁଗୁଡା ବିମାନ ବନ୍ଦର ଦେଇ 60 ହଜାର ଯାତ୍ରୀ ଯିବା ଆସିବା କଲେଣି । ଗତ ମାର୍ଚ୍ଚ ମାସରୁ ଦୈନିକ ବିମାନସେବା ଆରମ୍ଭ ହୋଇଥିଲା । ପ୍ରଥମେ ଉଡାଣ ୩.୦ ଯୋଜନା ଅନ୍ତର୍ଗତ ଝାରସୁଗୁଡା ବିମାନ ବନ୍ଦରରୁ ସ୍ପାଇସ ଜେଟ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ବିମାନସେବା ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସେହିପରି ଗତ ଜୁନ ମାସରୁ ଆଲିଏନ୍ସ ଏଆର ମଧ୍ୟ ଆରମ୍ଭ କରିଛି ଭୁବନେଶ୍ବର, ରାଞ୍ଚି ଓ ରାୟପୁରକୁ ବିମାନ ସେବା । ଏହି ବିମାନ ବନ୍ଦର ଦ୍ବାରା ସମଗ୍ର ପଶ୍ଚିମ ଓଡିଶା ସହ ଛତିଶଗଡ, ଝାଡଖଣ୍ଡ ପାଇଁ ମଧ୍ୟ ସିଧାସଳଖ ବିମାନ ସେବା ମିଳିପାରୁଛି । ହେଲେ ଗତ ଜୁନ ମାସ ଅପେକ୍ଷା ଜୁଲାଇ ମାସରେ 18 ପ୍ରତିଶତ କମ ଯାତ୍ରୀ ଯାତାୟାତ କରିଛନ୍ତି ।

ଏହାର କାରଣ ଦର୍ଶାଇବାକୁ ଯାଇ ବିମାନ ବନ୍ଦର ନିର୍ଦେଶକ କହିଛନ୍ତି ଖରାପ ପାଣିପାଗ ଯୋଗୁଁ ବିମାନ ବାତିଲ ହେବା ସହିତ ସ୍ପାଇସ ଜେଟ ତାର ଦୁଇ ମାସ ପାଇଁ ପ୍ରତ୍ୟେକ ସୋମବାର ବିମାନ ବାତିଲ କରିବା ଏବଂ ପୂର୍ବରୁ 189 ସିଟ ବିଶିଷ୍ଟ ବଦଳରେ 168 ବିମାନ ଚଳାଚଳ କରିବା ଏକ କାରଣ ବୋଲି ଦର୍ଶାଇଛନ୍ତି । ଏହାସହ ଏବେ ଡିଭିଓଆର ମେସିନ ଲଗାଯାଇଛି ଓ କାର୍ଯ୍ୟକ୍ଷମ ମଧ୍ୟ ହେଉଛି । ଏହି ମେସିନ ଯୋଗୁ ପାଞ୍ଚ ହଜାର ମିଟରରୁ କମି ପାଖାପଖି ପନ୍ଦରଶହ ମିଟର ଭିଜିବିଲିଟି ରହିଛି ବୋଲି କହିବା ସହ ଆଉ ବିମାନ ବାତିଲ ହେଉନାହିଁ ବୋଲି କହିଛନ୍ତି ନିର୍ଦେଶକ । ତେବେ ଯାତ୍ରୀ କମିଥିଲେ ମଧ୍ୟ ଆଗାମୀ ଦିନରେ ସବୁଠିକ ହୋଇଯିବ ବୋଲି ଆଶା ରଖିଛନ୍ତି ନିର୍ଦେଶକ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର କୁ ଉଦଘାଟନ କରିଥିଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଡାଣ ୩.୦ ଯୋଜନା ଅନ୍ତର୍ଗତ ଝାରସୁଗୁଡା ବିମାନ ବନ୍ଦର ରୁ ପ୍ରଥମେ ସ୍ପାଇସ ଜେଟ ଆରମ୍ଭ କରିଛି ଝାରସୁଗୁଡା ରୁ ଦିଲ୍ଲୀ,କଲିକତା ଓ ହାଇଦ୍ରାବାଦ କୁ ବିମାନସେବା ସେହି ପରି ଗତ ଜୁନ ମାସ ରୁ ALLIANCE AIR ଆରମ୍ଭ କରିଛି ଭୁବନେଶ୍ୱର, ରାଞ୍ଚି ଓ ରାୟପୁର କୁ ବିମାନ ସେବା।ଗତ ୪ ମାସ ଭିତରେ ଝାରସୁଗୁଡା ବିମାନ ବନ୍ଦର ରୁ ପାଖାପାଖି ୬୦ ହଜାର ଯାତ୍ରୀ ଝାରସୁଗୁଡା ରୁ ଯା ଆସ କରିଥିବା ସୂଚନାଯୋଗ୍ୟ । ଓଡ଼ିଶାର ଦ୍ଵିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡା ର ବୀର ସୁରେନ୍ଦ୍ର ସାଏ ଵିମାନ ବନ୍ଦର କାର୍ଯ୍ୟକ୍ଷମ ହେଲା ପରେ ଝାରସୁଗୁଡା ସହ ପଶ୍ଚିମ ଓଡିଶା ଛତିଶଗଡ,ଝାରଖଣ୍ଡ ପ୍ରଭୁତି ରାଜ୍ୟ ର ଲୋକେ ସିଧାସଳଖ ଲାଭବାନ ମଧ୍ୟ ହେଉଛନ୍ତି।

ହେଲେ ଗତ ଜୁନ ମାସ ଅପେକ୍ଷା ଜୁଲାଇ ମାସ ରେ ୧୮% କମ ଯାତ୍ରୀ ଯାତାୟାତ କରିଛନ୍ତି। ଖରାପ ପାଣିପାଗ ଯୋଗୁ ବିମାନ ବାତିଲ ହେବା ସହିତ ସ୍ପାଇସ ଜେଟ ତାର ଦୁଇ ମାସ ପାଇଁ ପ୍ରତେକ ସୋମବାର ବିମାନ ବାତିଲ ହେବା ଓ ସ୍ପାଇସ ଜେଟ ଚଳୁଉଥିବା ବିମାନ କିଛିଦିନ ଆଗରୁ 189 ଯାତ୍ରୀ ବିଶିଷ୍ଟ ବିମାନ ଚଳାଉଥିବା ବେଳେ ବର୍ତ୍ତମାନ 168 ଯାତ୍ରୀ ବିଶିଷ୍ଟ ବିମାନ ଚାଲୁ ଥିବା ଯୋଗୁ ଯାତ୍ରୀ ଯିବାଆସିବା ଯୋଗୁଁ କମିଥିବା କଥା କହିଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ।ତା ସହ ଝାରସୁଗୁଡା ବିମାନ ବନ୍ଦର ରେ ଡିଭିଓଆର ମେସିନ ଲଗାଯାଇଛି ବର୍ତମାନ କାର୍ଯ୍ୟକ୍ଷମ ମଧ୍ୟ ହେଉଛି। ଏହି ମେସିନ ଯୋଗୁ ପାଞ୍ଚ ହଜାରମିଟର ରୁ କମି ପାଖାପଖି ପନ୍ଦରଶହ ମିଟର ଭିଜିବିଲିଟି ରହିଛି ବୋଲି କହିବା ସହ ଆଉ ବିମାନ ବାତିଲ ହେଉନାହିଁ ବୋଲି କହିଛନ୍ତି ସାମାନ୍ୟ କିଛି କାରଣ ଯାହା ପାଇଁ ଯାତ୍ରୀ ସଂଖ୍ୟା କମିଥିବା ବେଳେ ଆଗାମୀ ଦିନରେ ସବୁଠିଁକ ହୋଇଯିବ ବୋଲି ଆଶା କରୁଥିବା କହିଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ ସୁଦେଶ କୁମାର ଚୌହାନ ।

ବାଇଟ1:ସୁଦେଶ କୁମାର ଚୌହାନ,ନିର୍ଦେଶକ,ଝାରସୁଗୁଡା ବିମାନ ବନ୍ଦରBody:।।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.