ଝାରସୁଗୁଡା: ଲଖନପୁର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ ।
ବିଇଓ ଅଫିସର କୋଷାଧ୍ୟକ୍ଷ ଅରୁଣ ପାଢ଼ୀ ବିଲ ପାସ କରିଦେବା ପାଇଁ ସତ୍ୟନାରାୟଣ ବେହେରାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ପ୍ରକାଶ ଯେ, ଖବରପାଇ ଝାରସୁଗୁଡ଼ା ଭିଜିଲାନ୍ସ ଟିମ ସହ ସମ୍ବଲପୁର ଓ ସୁନ୍ଦରଗଡ ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିଲା । ଏହା ସହ କୋଷାଧ୍ୟକ୍ଷ ଅରୁଣ ପାଢୀ ଲାଞ୍ଚ ନେଇ ଥିବା 6000 ଟଙ୍କା ତାଙ୍କ ଠାରୁ ଜବତ ହୋଇଛି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ