ETV Bharat / state

ଟୀକାକରଣ ପାଇଁ ପ୍ରସ୍ତୁତି, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

author img

By

Published : Jan 7, 2021, 4:50 PM IST

ଆସନ୍ତା ସପ୍ତାହରୁ ଦେଶରେ ଆରମ୍ଭ ହେବ ଟୀକାକରଣ । ଟୀକାର ବ୍ୟବସ୍ଥିତ ସଂରକ୍ଷଣ ଓ ବିତରଣ ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଅଧିକ ପଢନ୍ତୁ...

Union Health Minister discuss with all health ministers on vaccination
ଟୀକାକରଣ ନେଇ ଦେଶର ସମସ୍ତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

ଝାରସୁଗୁଡା: ଆସନ୍ତା ସପ୍ତାହରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି କୋରୋନା ଟୀକାକରଣ । ଟୀକାର ବ୍ୟବସ୍ଥିତ ବିତରଣ ନେଇ ଆଜି(ଗୁରୁବାର) ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ । କିଭଳି ସହରରୁ ଉପାନ୍ତ ଅଞ୍ଚଳକୁ ଟୀକା ପହଞ୍ଚି ପାରିବ, ଟୀକାର ଷ୍ଟୋରେଜ ଓ ବିତରଣ ଉପରେ ବିଶେଷ ଆଲୋଚନା କରାଯାଇଛି । ଏହି ବୈଠକରେ ଯୋଗଦେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମସ୍ତ ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ କିଭଳି ସଠିକ ଉପାୟରେ ଟୀକା ଲୋକଙ୍କ ପାଖରେ ପହଞ୍ଚିପାରିବ ଏ ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଆଲୋଚନା କରିବା ସହିତ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଜନ ପ୍ରତିନିଧିମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକାକରଣରେ ସାମିଲ କରିବାକୁ ଦାବି କରିଛନ୍ତି । ଏହାସହ ଆସନ୍ତାକାଲି ସାରା ଦେଶରେ ପୁଣି ଥରେ ହେବାକୁ ଥିବା ଟୀକାର ଡ୍ରାଏ ରନ ଉପରେ ଆଲୋଚନା ହୋଇଛି ।

ସରକାରଙ୍କ ପକ୍ଷରୁ ଜାନୁଆରୀ 13 ତାରିଖରେ କୋରୋନା ଟୀକାର ପ୍ରଥମ ଡୋଜ ଦେଶବାସୀଙ୍କୁ ମିଳିବା ନେଇ ସଙ୍କେତ ମିଳିଛି । ପ୍ରାରମ୍ଭିକ ଭାବେ 3 କୋଟି କୋରୋନା ଯୋଦ୍ଧାଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ ପ୍ରଦାନ କରାଯିବ । କୋରୋନା ବିରୋଧୀ ଲଢେଇରେ ସମଗ୍ର ବିଶ୍ବ ସାମିଲ ହୋଇଥିବାବେଳେ ଭାରତରେ ଦୁଇଟି ଟୀକାକୁ ଅନୁମୋଦନ ମିଳିଛି । DCGI ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କୋଭିସିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ଦିଆଯାଇଛି । ନୂଆବର୍ଷରେ ପ୍ରଥମେ କୋଭିସିଲ୍ଡକୁ ଅନୁମତି ମିଳିଥିବାବେଳେ ଦ୍ବିତୀୟ ଟୀକା ଭାବେ କୋଭିକ୍ସିନକୁ ଅନୁମତି ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲରେ କୋଭାକ୍ସିନକୁ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଥିଲା ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.