ETV Bharat / state

ଆସନ୍ତାକାଲି 12 ଘଣ୍ଟିଆ ଝାରସୁଗୁଡା ବନ୍ଦ ଡାକରା, ଗର୍ଜିବ ଝାରସୁଗୁଡ଼ା ଆଦିବାସୀ ମହିଳା ସଂଗଠନ - ମଣିପୁର ହିଂସାକୁ ନେଇ ଝାରସୁଗୁଡା ବନ୍ଦ

ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ଝାରସୁଗୁଡ଼ା ଆଦିବାସୀ ମହିଳା ସଂଗଠନ । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି । ଅଧିକ ପଢନ୍ତୁ

ମଣିପୁର ହିଂସାକୁ ନେଇ ଝାରସୁଗୁଡା ବନ୍ଦ
ମଣିପୁର ହିଂସାକୁ ନେଇ ଝାରସୁଗୁଡା ବନ୍ଦ
author img

By

Published : Aug 6, 2023, 4:44 PM IST

ମଣିପୁର ହିଂସାକୁ ନେଇ ଝାରସୁଗୁଡା ବନ୍ଦ

ଝାରସୁଗୁଡା: ମଣିପୁର ହିଂସାକୁ ନେଇ ଥମୁନି ବିବାଦ । ଦିନକୁ ଦିନ ଉଠିବାରେ ଲାଗିଛି ପ୍ରତିବାଦର ସ୍ବର । ଆଦିବାସୀ ମହିଳାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଏବେ ଦେଶର ଅନେକ ଆଦିବାସୀ ସଂଗଠନ ଅଣ୍ଟାଭିଡି ପ୍ରତିବାଦର ସ୍ବର ଉଠାଇବା ଆରମ୍ଭ କରିଛନ୍ତି । ନାରୀ ନିର୍ଯାତନା ଓ ଶୋଶଣ ବିରୋଧରେ ପ୍ରତିବାଦ କରିଛି ଓଡ଼ିଶା ଅଦିବାସୀ ମହିଳା ସଂଘ । ଏହାସହ ଏହାର ଦୃଢ଼ ନିନ୍ଦା କରିବା ସହ ଆସନ୍ତାକାଲି(ସୋମବାର)୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଆଦିବାସୀ ମହିଳା ସଂଘ ।

ଏହି ନିନ୍ଦନୀୟ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ । ସଂଘ କହିଛି ମଣିପୁର ହିଂସା କେବଳ ଆଦିବାସୀ ମହିଳାଙ୍କ ପ୍ରତି ଅସମ୍ମାନ ନୁହେଁ ଏହା ସମସ୍ତ ନାରୀ ସମାଜର ଅସମ୍ମାନ ହୋଇଥିବା ଦର୍ଶାଉଛି । ମଣିପୁରରେ ହୋଇଥିବା ମହିଳାଙ୍କ ପ୍ରତି ଅତ୍ୟାଚାର ବିରୋଧରେ କେନ୍ଦ୍ର ମହିଳା ଆଦିବାସୀ ସଂଗଠନ ନିର୍ଦ୍ଦେଶରେ ଆସନ୍ତାକାଲି (ସୋମବାର ) ଝାରସୁଗୁଡ଼ା ଜିଲ୍ଲାରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଝାରସୁଗୁଡ଼ା ଜିଲ୍ଲା ମହିଳା ଆଦିବାସୀ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଆଦିବାସୀ ମହିଳାଙ୍କ ସମେତ ସବୁ ବର୍ଗର ମହିଳା ଓ ପୁରୁଷ ଏହି ବନ୍ଦ ଡାକରା ସହଯୋଗ କରିବାକୁ ନିବେଦନ କରିଛନ୍ତି ସଂଘ ସଭାନେତ୍ରୀ ।

ଅଧିକ ପଢନ୍ତୁ: Malkangiri Bandh: ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଜୀବନଯାତ୍ରା ପ୍ରଭାବିତ

ଆଜି ଝାରସୁଗୁଡ଼ା ସହରାଞ୍ଚଳ ସ୍ଥିତ ହୋଟେଲ ମେଘଦୂତରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ଓ ଝାରସୁଗୁଡ଼ା ଆଦିବାସୀ ମହିଳା ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲ । ଆସନ୍ତାକାଲିର ବନ୍ଦ ଡାକରାକୁ ଜିଲ୍ଲାସ୍ତରରେ ସଫଳ କରିବା ପାଇଁ ବିଧାୟିକା, ସାମାଜିକ ସଂଗଠନ, ସ୍ବେଚ୍ଛାସେବୀ ସଂଗଠନ, ବସ୍‌ ମାଲିକ ସଂଘ, ଟ୍ରକ୍‌ ମାଲିକ ସଂଘଙ୍କୁ ନିବେଦନ କରାଯାଇଛି ।

ଜିଲ୍ଲା ଅଦିବାସୀ ମହିଳା ସଂଘ ସଭାନେତ୍ରୀ ସଞ୍ଜୁଲତା ନାଏକ କହିଛନ୍ତି,"ମଣିପୁରରେ ଘଟିଥିବା ଘଟଣାର ଅତ୍ୟନ୍ତ ନିନ୍ଦନୀୟ । ଏହା କେବଳ ମଣିପୁର ପାଇଁ ନୁହେଁ ସମସ୍ତ ଭାରତବର୍ଷ ପାଇଁ ନୀନ୍ଦନୀୟ ଘଟଣା । ଏହାର ପୁନରାବୃତ୍ତି କୌଣସି ସ୍ଥାନରେ ଯେପରି ନଘଟୁ । ନାରୀମାନଙ୍କ ଉପରେ ଯେଉଁ ଅନ୍ୟାୟ କରାଯାଉଛି ତାହା ବନ୍ଦ କରାଯାଉ । ଏହାସହ ସମସ୍ତ ଅଭିଯୁକ୍ତଙ୍କୁ କଡ଼ାଦଣ୍ଡ ବିଧାନ ପାଇଁ ସେ ଦାବି କରିଛନ୍ତି ।"

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.