ETV Bharat / state

ବର୍ଷେ ତଳେ ଚୋରୀ ଓ ହଜିଥିବା ମୋବାଇଲ ପାଇଲେ ମାଲିକ !

author img

By

Published : Jul 12, 2022, 4:44 PM IST

ଝାରସୁଗୁଡ଼ା ପୋଲିସକୁ ବଡ଼ ସଫଳତା । ବର୍ଷେ ପୂର୍ବରୁ ଚୋରୀ ହୋଇଥିବା 201ଟି ମୋବାଇଲକୁ ଜବତ କରି ପ୍ରକୃତ ମାଲିକଙ୍କୁ ଫେରାଇଛି ପୋଲିସ । ଅଧିକ ପଢ଼ନ୍ତୁ

stolen mobile seized by jharsuguda police
201 ଚୋରୀ ମୋବାଇଲ ଉଦ୍ଧାର

ଝାରସୁଗୁଡ଼ା: ଜିଲ୍ଲା ପୋଲିସକୁ ବଡ଼ ସଫଳତା । ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବା ହଜି ଯାଇଥିବା 201ଟି ମୋବାଇଲକୁ ଜବତ କରିଛି ପୋଲିସ । ଜବତ ମୋବାଇଲରର ମୂଲ୍ୟ 20 ଲକ୍ଷରୁ ଅଧିକ ହେବ ବୋଲି ପୋଲି ସୂଚନା ଦେଇଛି । ଆଜି (ମଙ୍ଗଳବାର) ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟାଳୟରେ ଉଦ୍ଧାର ହୋଇଥିବା ମୋବାଇଲ ଗୁଡିକୁ ପ୍ରକୃତ ମାଲିକଙ୍କୁ ପୋଲିସ ହସ୍ତାନ୍ତର କରିଛି । ଏହି ଘଟଣାରେ ସମ୍ପୃକ୍ତ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

201 ଚୋରୀ ମୋବାଇଲ ଉଦ୍ଧାର

ବର୍ଷକ ମଧ୍ୟରେ ହଜି ଯାଇଥିବା ବା ଚୋରୀ ହୋଇଥିବା ସମସ୍ତ ମୋବାଇଲ ଗୁଡିକୁ ଠାବ କରିବା ପାଇଁ ଝାରସୁଗୁଡା ପୋଲିସ ଗତ ଜୁନ 10 ତାରିଖରୁ ଏକ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲା । ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ଏନେଇ ଏକ ଡାଟା ବେଶ ପ୍ରସ୍ତୁତ କରିବା ପାଇଁ ଏସପି ନିର୍ଦ୍ଦେଶ ଦେଇଥିଲେ । ଡାଟା ବେଶ ଅନୁସାରେ ଜିଲ୍ଲାର ବିଭିନ୍ନ ଥାନାରେ ମୋବାଇଲ ଚୋରୀ ଓ ହଜି ଯାଇଥିବା ନେଇ 413ଟି ମାମଲା ରୁଜୁ ହୋଇଥିଲା । ମୋବାଇଲ ଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ଝାଡ଼ଖଣ୍ଡରୁ ଜବତ ହୋଇଛି ।

IMEI ନମ୍ବରକୁ ଟ୍ରେସ କରି ପୋଲିସ ମୋବାଇଲ ଗୁଡ଼ିକୁ ଜବତ କରିଥିଲା । ହଜିଯାଇଥିବା ମୋବାଇଲ ଫେରିପାଇ ଲୋକେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ସାଇବର ସେଲ୍ ଓ ସମସ୍ତ ପୋଲିସ କର୍ମଚାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ ଏହି ମୋବାଇଲ ଠାବ ହୋଇଥିବା ଜିଲ୍ଲା ଆରକ୍ଷୀ ଅଧିକାରୀ କହିଛନ୍ତି । ସେପଟେ ଘଟଣାର ତଦନ୍ତ ଜାରୀ ରହିଛି ଏବଂ ଏହି ରାକେଟରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଏସପି କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.