ETV Bharat / state

ବ୍ରଜରାଜନଗରରେ ବିଜେପି ରାଜ୍ୟ ସଭାପତି, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

author img

By ETV Bharat Odisha Team

Published : Nov 7, 2023, 9:01 PM IST

ଆଗକୁ ଆସୁଛି ସାଧାରଣ ନିର୍ବାଚନ 2024 । ଏନେଇ ବିଭିନ୍ନ ଜିଲ୍ଲାକୁ ଘନଘନ ଗସ୍ତ କରୁଛନ୍ତି ନେତା । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଝାରସୁଗୁଡ଼ା ଗସ୍ତ କରିବା ସହ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଅଧିକ ପଢ଼ନ୍ତୁ

ମନମୋହନ ସାମଲ
ମନମୋହନ ସାମଲ
ବ୍ରଜରାଜନଗରରେ ବିଜେପି ରାଜ୍ୟ ସଭାପତି

ଝାରସୁଗୁଡା : ଆଗକୁ ଆସୁଛି ସାଧାରଣ ନିର୍ବାଚନ 2024 । ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ରାଜ୍ୟରେ ସରକାର ଗଢ଼ିବାକୁ ଅଣ୍ଟା ଭିଡିଲାଣି ବିଜେପି । ଏହାରି ମଧ୍ୟରେ ଦଳକୁ ତୃଣମୂଳ ସ୍ତରରୁ ଦୃଢ କରିବାକୁ ଲାଗିପଡ଼ିଛନ୍ତି ନେତା । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଗତକାଲି ( ସୋମବାର ) ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ କରି ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗୁରୁ ମନ୍ତ୍ର ଦେଇଥିଲେ । ସେହି ଭଳି ଆଜି ଶେଷ ଦିନରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବ୍ରଜରାଜନଗର ସ୍ଥିତ କଲ୍ୟାଣ ମଣ୍ଡପଠାରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ତେବେ ମନମୋହନଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ପ୍ରଥମେ ଇବ ବ୍ରିଜଠାରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭବ୍ୟସ୍ଵାଗତ କରାଯାଇଥିଲା । ପରେ ଏକ ବାଇକ ରାଲି କରି ସହର ପରିକ୍ରମା କରି ବ୍ରଜରାଜନଗର କଲ୍ୟାଣ ମଣ୍ଡପଠାରେ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ । ତେବେ ବ୍ରଜରାଜନଗର ସ୍ଥିତ କଲ୍ୟାଣ ମଣ୍ଡପଠାରେ କର୍ମୀ ସମ୍ମିଳନୀରେ ଏହି ସମ୍ବର୍ଦ୍ଧନା ସଭାର ସଭାପତିତ୍ୱ ନୂତନ ଭାବେ ମନୋନୀତ ଜିଲ୍ଲା ସଭାପତି ସୁନୀଲ ପଣ୍ଡା କରିଥିଲେ । ଏହି ସମ୍ମିଳନୀରେ ଝାରସୁଗୁଡ଼ା ବିଜେପି ସଂଗଠନ କିପରି ଆହୁରି ମଜବୁତ୍ ହେବ ଏବଂ ଆଗାମୀ ସାଧାରଣ ନିର୍ବାଚନରେ କିପରି ଭଳ ପ୍ରଦର୍ଶନ ହେବ ସେ ଉପରେ ବେଶ୍ ଚର୍ଚ୍ଚା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.......ଓଡ଼ିଶାରେ ସରକାର କରିବ ବିଜେପି: ମନମୋହନ ସାମଲ

ଏହାସହ ଆସନ୍ତା ନିର୍ବାଚନରେ ବିଜେପି ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଏବଂ ସାଧାରଣ ଲୋକେ ଏହି ସରକାର ପ୍ରତି ଅତିଷ୍ଠ ହୋଇଗଲେଣି, ଆସନ୍ତା ନିର୍ବାଚନରେ ରାଜ୍ୟରେ ବିଜେପି ହିଁ ସରକାର କରିବ ବୋଲି ରାଜ୍ୟ ସଭାପତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଯଦି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ଓ ଉପନିର୍ବାଚନ ଉପରେ ନଜର କରାଯାଏ ତେବେ ବିଜେପି ଏଛାରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା । କିନ୍ତୁ ଏଥର ଦଳ ଯୁବ ନେତାଙ୍କ ଉପରେ ଫୋକସ ରଖିଛି । ନିଶ୍ଚିତ ଭାବରେ ଏଥର ଦଳ ପୁନର୍ବାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ହାତେଇବ ବୋଲି ଦଳର ରାଜ୍ୟ ସଭାପତି ଓ ବରଗଡ଼ ସାଂସଦ ସୁରେଶ ପୂଜାରୀ ଦୃଢ଼ତାର ସହିତ କହିଛନ୍ତି । ଏହି ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମେତ BJYMର ସାଧାରଣ ସମ୍ପାଦକ ସୁଜିତ ସିଂ, ଯୁବ ନେତା ବିଶ୍ଵଜିତ ଷଡ଼ଙ୍ଗୀ, ରାଧେଶ୍ୟାମ ପ୍ରଧାନ, ଜିଲ୍ଲା ସଭାପତି ସୁନୀଲ ପଣ୍ଡା ଓ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.