ETV Bharat / state

ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼ ଘଟଣା, NHRCରେ ଫେରାଦ ହେଲେ ସାମାଜିକ କର୍ମୀ

ଝାରସୁଗୁଡା କୋଭିଡ ତଦାରଖ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅତିରିକ୍ତ ତହସିଲଦାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କ ପୁଅଙ୍କୁ ମାଡ ମାରିବା ଭିଡିଓ ଭାଇରାଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସାମାଜିକ କର୍ମୀ ।

ବୃଦ୍ଧ ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କୁ ମାଡ଼ ଘଟଣା, NHRC ରେ ଫେରାଦ ହେଲେ ସାମାଜିକ କର୍ମୀ

author img

By

Published : Jun 5, 2021, 9:26 AM IST

ଝାରସୁଗୁଡା: କୋଭିଡ୍‌ ତଦାରଖ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ଼ ମାରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ବ୍ରଜରାଜନଗରର ସାମାଜିକ କର୍ମୀ ରବି ସୋନୀ ଶୁକ୍ରବାର ମାନବାଧିକାର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।

ବୃଦ୍ଧ ବ୍ୟବସାୟୀ ଏବଂ ତାଙ୍କ ପୁଅଙ୍କୁ ମାଡ଼ ଘଟଣା, NHRC ରେ ଫେରାଦ ହେଲେ ସାମାଜିକ କର୍ମୀ

ଅଭିଯୋଗ ପରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଘଟଣାର ତଦନ୍ତ ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ୨ ଦିନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ମାଡ ମରାଯାଇଥିବା ବୃଦ୍ଧ ବ୍ୟବସାୟୀ ଦେବେନ ଝା ଓ ତାଙ୍କ ନାବାଳକ ପୁଅଙ୍କୁ ଏକ ସ୍ବତନ୍ତ୍ର ଗାଡିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏପରିକି ମାଜିଷ୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀଙ୍କୁ ମଧ୍ୟ କାର୍ଯ୍ୟାଳୟକୁ ଡକାଯାଇଥିଲା । ଉପଜିଲ୍ଲାପାଳ ଶିବ ଟପ୍ପୋ ପଚରାଉଚୁରା କରି ଉଭୟଙ୍କ ବୟାନ ରେକର୍ଡ କରିଥିଲେ । ଭାଇରାଲ୍‌ ଭିଡିଓରେ ମାଜିଷ୍ଟ୍ରେଟ୍‌ ବ୍ୟବସାୟୀଙ୍କୁ ବାଡିରେ ପିଟୁଥିବା ସ୍ପଷ୍ଟ ହୋଇଛି । ମାଜିଷ୍ଟ୍ରେଟ୍‌ ଜଣଙ୍କ ବ୍ୟବସାୟୀଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ମାଡ଼ ମାରିଥିଲେ ଏହାର ତଦନ୍ତ ଚାଲିଛି । ତଦନ୍ତ ପରେ ଜିଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରାଯିବ । ପରେ ଜିଲ୍ଲାପାଳ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଉପ-ଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.