ETV Bharat / state

ଝାରସୁଗୁଡ଼ାରେ ସେକ୍ସ ରେକେଟ ଠାବ: 14 ଗିରଫ, 13 ଯୁବତୀ ଉଦ୍ଧାର

ଝାରସୁଗୁଡାରେ ସେକ୍ସ ରାକେଟ ଘଟଣାରେ 14 ଗିରଫ । ହୋଟଲ ମାଲିକକୁ ଧରିଲା ପୋଲିସ । 13 ଯୁବତୀ ଉଦ୍ଧାର । ଅଧକ ପଢନ୍ତୁ

author img

By

Published : Jul 23, 2023, 5:35 PM IST

ଝାରସୁଗୁଡାରେ ସେକ୍ସ ରାକେଟ ଘଟଣାରେ 14 ଗିରଫ
ଝାରସୁଗୁଡାରେ ସେକ୍ସ ରାକେଟ ଘଟଣାରେ 14 ଗିରଫ
ଝାରସୁଗୁଡାରେ ସେକ୍ସ ରାକେଟ ଘଟଣାରେ 14 ଗିରଫ

ଝାରସୁଗୁଡା: ରାତି ବଢିଲେ ହୋଟେଲରେ ଜମୁଥିଲା ରଙ୍ଗୀନ ଆସର । ଖବର ପାଇ ଅଚାନକ ଚଢାଉ କଲା ପୋଲିସ । ୧୩ ଜଣ ପୁରୁଷ ଗ୍ରାହକ ଓ ଜଣେ ଦଲାଲକୁ ଗିରଫ କରିବା ସହିତ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଗତକାଲି(ଶନିବାର) ମଧ୍ୟରାତ୍ରିରେ ଝାରସୁଗୁଡ଼ା ପଞ୍ଚପଡ଼ାଠାରେ ଥିବା ଏକ ଢ଼ାବାରେ ଚଢ଼ାଉ କରି ସେକ୍ସ ରାକେଟର ପରଦା ଫାସ କରିଥିଲା ଝାରସୁଗୁଡ଼ା ପୋଲିସ । ଏନେଇ ଆଜି ଝାରସୁଗୁଡ଼ା ଟାଉନ ଥାନା ଠାରେ ଏଏସ୍‌ପି ଏନ୍‌ସି ବାରିକଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଚଢ଼ାଉ କରାଯାଇଥିବା ହୋଟେଲରେ ସେକ୍ସ ରାକେଟ ୧୩ଜଣ ଗ୍ରାହକଙ୍କ ସମେତ ଜଣେ ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଥିଲେ ।

ଏଏସ୍‌ପି ଏନସି ବାରିକ କହିଛନ୍ତି,‘‘ପଞ୍ଚାପଡା ପାଖରେ ଥିବା ଏକ ହୋଟେଲରେ ଶନିବାର ବିଳମ୍ବିତ ରାତ୍ରିରେ ପ୍ରାୟ ୧୧ଟା ବେଳେ ପୋଲିସ ଚଢ଼ାଉ କରି ସେକ୍ସ ରେକେଟ ଠାବ କରିଛି । ଏହି ଚଢ଼ାଉରେ ୧୩ଜଣ ପୁରୁଷ ଗ୍ରାହକ ଓ ଜଣେ ମହିଳା ଦଲାଲକୁ ଗିରଫ କରିବା ସହିତ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଝାରସୁଗୁଡା ଟାଉନ ଥାନା ପୋଲିସ ପକ୍ଷରୁ ଏକ ଟିମ ଉକ୍ତ ହୋଟେଲରେ ରାତ୍ରିରେ ଏହି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେକ୍ସ ରେକେଟରେ ବ୍ୟବହୃତ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ୪୯ ନମ୍ବର ଜାତୀୟ ରାଜପଥ ପଞ୍ଚପଡ଼ା ନିକଟସ୍ଥ ରାସ୍ତା କଡ଼ରେ ଥିବା ଉକ୍ତ ହୋଟେଲଟି ଶିବଶକ୍ତି ହୋଟେଲ ନାମରେ ନାମିତ । ଦିନରେ ହୋଟଲ ଓ ରାତିରେ ଦେହଜୀବୀଙ୍କ ଆଡ୍ଡା ପାଲିଟି ଥିଲା । ସେକ୍ସ ରାକେଟ ଚାଲିଥିବା ହୋଟେଲ ମାଲିକଙ୍କୁ ମଧ୍ୟ ଗିରଫ କରାଯାଇଛି ଓ ହୋଟେଲ ମାଲିକ ମଧ୍ୟ ଏଥିରେ ସମ୍ପୃକ୍ତି ଅଛନ୍ତି । ଏହାର ଚେର କେତେଦୂର ବ୍ୟାପିଛି ତାହାର ତଦନ୍ତ ଚାଲିଛି ।’’

ଅଧିକ ପଢ଼ନ୍ତୁ: ଭଡା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢାଉ କଲା ପୋଲିସ

ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବରୁ ୨୦୨୧ ମସିହାରେ ଦେହଜୀବୀ ବ୍ୟବସାୟକୁ ନେଇ ଏଠାରେ ପୋଲିସର ରେଡ୍ ହୋଇଥିଲା । କିଛି ଦେହଜୀବୀଙ୍କ ସହ ଗ୍ରାହକ ମଧ୍ୟ ଧରାପଡିଥିଲେ । ଯୁବତୀଙ୍କ ମଧ୍ୟରୁ କେହି ଜଣେ ଦଲାଲ ଥିବାର ବେଳେ ବାହାର ଜିଲ୍ଲା ଓ ରାଜ୍ୟରୁ ଅସହାୟ ଯୁବତୀମାନଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ସେମାନଙ୍କ ଦ୍ୱାରା ଏ ସବୁ କାର୍ଯ୍ୟ କରା ଯାଉଥିଲା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.