ETV Bharat / state

Naba Das murder case: ୪ ମାସ ଧରି ସୁଯୋଗ ଖୋଜୁଥିଲା ଗୋପାଳ, ସତ ଓଗାଳୁଛି କ୍ରାଇମବ୍ରାଞ୍ଚ

author img

By

Published : Feb 6, 2023, 12:50 PM IST

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ଆଜି ରିମାଣ୍ଡର ଦ୍ବିତୀୟ ଦିନ । ଆଜି ପୁଣି ଅଭିଯୁକ୍ତ ଗୋପାଳର ମୁହଁରୁ ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

Naba Das murder case
Naba Das murder case

ଝାରସୁଗୁଡା: ଦିବଙ୍ଗତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳକୁ ପୁଣି ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ଆଜି ଦ୍ବିତୀୟ ରିମାଣ୍ଡର ଦ୍ବିତୀୟ ଦିନ ହୋଇଥିବାରୁ ଆଜି ମଧ୍ୟ ଅଭିଯୁକ୍ତ ଗୋପାଳ ମୁହଁରୁ ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ଟିମ୍‌ ।

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ଦ୍ବିତୀୟ ରିମାଣ୍ଡ ଅବଧି ରବିବାରଠୁ ଆରମ୍ଭ ହୋଇଛି। ଝାରସୁଗୁଡାର ଓଏସଏପି ଦ୍ବିତୀୟ ବାଟାଲିଅନ କୋଠାରେ ଗୋପାଳଙ୍କୁ ଜେରା ଚାଲିଛି। ଗୋପାଳର ମର୍ଡର ପ୍ଲାନ ବିଷୟରେ ମଧ୍ୟ କିଛି ତଥ୍ୟ ସାମ୍ନାକୁ ଆସିଥିବା ସୂଚନା ରହିଛି । ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଗୋପାଳ ୪ମାସ ଧରି ସୁଯୋଗ ଖୋଜୁଥିଲା ବୋଲି ଜେରା ସମୟରେ କହିଥିବା ନେଇ ଚର୍ଚ୍ଚା ହେଇଛି । ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ନେଇ ବ୍ୟବସାୟିକ ଏବଂ ରାଜନୈତିକ ଦିଗ ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି ।

ଗୋପାଳର ମାନସିକ ସ୍ଥିତି ପରୀକ୍ଷା: ନବ ଦାସଙ୍କ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । ଗତକାଲି(ରବିବାର) ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଜୟ କୁମାର ସ୍ବାଇଁଙ୍କ ସମେତ ୫ ଜଣ ବିଶେଷଜ୍ଞ ଝାରସୁଗୁଡାରେ ପହଞ୍ଚି ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତି ପରୀକ୍ଷା କରିଥିଲେ । ଏଲଭିଏ ରିପୋର୍ଟ ଆସିବା ପରେ ଗୋପାଳ କେତେ ସତ କହିଛନ୍ତି ତାହା ସ୍ପଷ୍ଟ ହେବ ।

ଏହା ମଧ୍ଯ ପଢନ୍ତୁ: ନବ ଦାସଙ୍କ ଅସ୍ଥି ବିସର୍ଜନ ପାଇଁ ଗଲା ପ୍ରୟାଗରାଜ୍, ଗୋପାଳର ମାନସିକ ସ୍ଥିତି ଯାଞ୍ଚ କଟକରୁ ଆସିଲେ ଡାକ୍ତରୀ ଦଳ

ଅନ୍ୟପଟେ ଆଜି ବାଙ୍ଗାଲୋରରୁ ନିମହାନ୍ସର ବିଶେଷଜ୍ଞ ଟିମ ଝାରସୁଗୁଡାରେ ପହଞ୍ଚିବା ନେଇ ସୂଚନା ରହିଛି । କ୍ରାଇମବ୍ରାଞ୍ଚ ଟିମ ହତ୍ୟାକାଣ୍ଡ ପଛର ରହସ୍ୟର ଫର୍ଦ୍ଦାଫାସ କରିବା ପାଇଁ ୪ଟି ଟିମ ପ୍ରସ୍ତୁତ କରିଛି । ତେବେ ମାନସିକ ସ୍ଥିତି ଯାଞ୍ଚ ପରେ ଆସନ୍ତା ୨ଦିନ ମଧ୍ୟରେ କ୍ରାଇମ ସିନ୍ ରିକ୍ରିଏସନ କରାଯିବାର ସୂଚନା ରହିଛି ।

ଜେରା ବେଳେ ଏପରି କହିଛି ଗୋପାଳ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିବା ପାଇଁ ୪ ମାସ ଧରି ସୁଯୋଗ ଖୋଜୁଥିଲା ଗୋପାଳ । ଜନସଭାରେ ମଧ୍ୟ ଦୁଇଥର ଉଦ୍ୟମ କରିଥିବା ନେଇ କହିଥିବା ଚର୍ଚ୍ଚା ହେଇଛି ।

ଜିଲ୍ଲାର ଅନ୍ୟ କିଛି ପୋଲିସଙ୍କ ସୂଚନା ଅନୁଯାୟୀ, 'ମନ୍ତ୍ରୀଙ୍କ ଆଖପାଖରେ ଡ୍ୟୁଟି ନଥିଲେ ମଧ୍ୟ ଘୁରି ବୁଲୁଥିଲେ ଗୋପାଳ । ସେତେବେଳେ କିନ୍ତୁ ଗୋପାଳଙ୍କ ହାବଭାବ ସ୍ବାଭାବିକ ଥିଲା । ସେପ୍ଚେମ୍ବର ୧୮ ତାରିଖ ଦିନ ନୂଆଖାଇ ବେଳେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଗୋପାଳଙ୍କ ଡ୍ୟୁଟି ପଡିଥିଲା। ଆଉ ସେ ମଧ୍ୟ ଡ୍ୟୁଟି କରୁଥିଲେ । ହେଲେ ବୋଧହୁଏ କ୍ଲୋଜ ରେଞ୍ଜରେ ଗୁଳି କରିବାକୁ ଗୋପାଳ ସୁଯୋଗ ପାଇନଥିଲେ । ତେଣୁ ସୁଯୋଗ ଅପେକ୍ଷାରେ ଥିଲେ । ସେହିପରି ବ୍ରଜରାଜନଗରରେ ନିକଟରେ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା । ସେଦିନ କିନ୍ତୁ ଗୋପାଳ ଦାସଙ୍କର ଡ୍ୟୁଟି ଅନ୍ୟତ୍ର ପଡିଥିଲା। ତେଣୁ ଗୋପଳ ବୋଧହୁଏ ନିଜ ଉଦ୍ଦେଶ୍ୟ ପୂରଣ କରିବାରେ ବିଫଳ ହୋଇଥିଲେ ।'

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.