ETV Bharat / state

‘ସମ୍ବଲପୁରୀ ଦିନ୍‌’ରେ ମସଗୁଲ ଝାରସୁଗୁଡା-ବରଗଡ - ଝାରସୁଗୁଡା

ସମ୍ବଲପୁରୀ ଦିନ୍‌ ଅବସରରେ ଝାରସୁଗୁଡାରେ ସମ୍ବଲପୁରୀ ନାଚ,ଗୀତ ସହିତ ବୃନ୍ଦାମାଲ ସ୍ଥିତ ଦିବ୍ୟଙ୍ଗ ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ରାମ୍ପ ସୋ ପ୍ରଦର୍ଶନ କରିଛନ୍ତି । ସେହିପରି ବରଗଡ ଟାଉନ ହଲ ଠାରେ ବିଶିଷ୍ଟ ସମ୍ବଲପୁରୀ କବି ମାନଙ୍କୁ ଏହି ସମାବେଶରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା/ସମ୍ବାଦଦାତା,ବରଗଡ
author img

By

Published : Aug 1, 2019, 11:49 PM IST

ଝାରସୁଗୁଡା/ବରଗଡ: ଆଜି ଭାଷା ଦିବସରେ ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ପାଇଁ ତଥା ସମ୍ବଲପୁରୀ କବି ଶ୍ରୀ ସତ୍ୟନାରାୟଣ ବହିଦାର ଏବଂ ଶ୍ରୀଧର ପ୍ରଧାନ ଉଭୟଙ୍କ ଜୟନ୍ତୀ ଦିବସ ପାଳନ ଉପଲକ୍ଷେ ବରଗଡ ଓ ଝାରସୁଗୁଡାରେ ସମ୍ବଲପୁରୀ ଦିନ୍‌ ପାଳନ କରାଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ମିଳିତ ସାମାଜିକ ଅନୁଷ୍ଠାନ ପକ୍ଷରୁ ଝାରସୁଗୁଡା ଅଡିଟୋରିୟମ ହଲ ଠାରେ ପାଳିତ ହୋଇଯାଇଛି । ରେଳଷ୍ଟେସନ ନିକଟରେ ଥିବା କନକ ଦୁର୍ଗା ମନ୍ଦିରରୁ ନାଚ , ଗୀତ , ସମ୍ବଲପୁରୀ ବାଜା ନେଇ ସାଂସ୍କୃତିକ ଶୋଭାଯାତ୍ରା କରାଯାଇଥିଲା । ଶୋଭାଯାତ୍ରା ଅଡିଟରିଅମ ହଲକୁ ପହଁଞ୍ଚିବା ପରେ ସଭାକାର୍ଯ୍ୟ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ଝାରସୁଗୁଡା/ସମ୍ବାଦଦାତା,ବରଗଡ

ଏଥିରେ ପଦ୍ମଶ୍ରୀ ହଲଧର ନାଗ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ । ସମ୍ବଲପୁରୀ ଦିବସ ପାଳନ କରିବାର ମୂଳ ଲକ୍ଷ୍ୟ ସମ୍ବଲପୁରୀ ଭାଷା , ସାହିତ୍ୟର ପ୍ରଚାର ପ୍ରସାର ବୋଲି ବକ୍ତାମାନେ କହିଛନ୍ତି । ଏହି ଅବସରରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ସମ୍ବଲପୁରୀ ନାଚ,ଗୀତ ସହିତ ବୃନ୍ଦାମାଲ ସ୍ଥିତ ଦିବ୍ୟଙ୍ଗ ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ରେମ୍ପ ସୋ ପ୍ରଦର୍ଶନ କରିଥିଲେ ।

ସେହିପରି ବରଗଡ ଟାଉନ ହଲ ଠାରେ ମନୋହର ସାହିତ୍ୟ ସଂସଦ ଏବଂ ଶ୍ରୀଧର ସାହିତ୍ୟ ସଂସଦ ପକ୍ଷରୁ ଏହି ସମ୍ବଲପୁରୀ ଦିନ ପାଳନ କରାଯାଇଛି । ବରଗଡ ସମଲେଶ୍ବରୀ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଟାଉନ ହଲ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଟାଉନ ହଲ ଠାରେ ବହୁ କବି , ସାହିତ୍ୟିକଙ୍କ ସମାବେଶ ହୋଇଥିଲା । ବିଶିଷ୍ଟ ସମ୍ବଲପୁରୀ କବି ମାନଙ୍କୁ ଏହି ସମାବେଶରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତେ ଏକ ହୋଇ କୋଶଳ ଆନ୍ଦୋଳନକୁ ମଜବୁତ କରିବା ପାଇଁ ସନ୍ଦେଶ ଦିଆଯାଇଥିଲା ।

ଝାରସୁଗୁଡାରୁ ରବି ନାରୟଣ ସାହୁ ଓ ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ ମିଲିତ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅାଜି ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିନ ଅବସରରେ ଝାରସୁଗୁଡ଼ା ଠାରେ ସମ୍ବଲପୁରୀ ଦିବସ ସହର ମଧ୍ୟରେ ଥିବା ଅଡିଟୋରିୟମ ହଲ ଠାରେ ପାଳିତ ହୋଇଯାଇଛି । ରେଳଷ୍ଟେସନ ନିକଟରେଥିବା କନକ ଦୂର୍ଗାମନ୍ଦିରରୁ ନୃତ୍ୟ , ଗୀତ , ସମ୍ବଲପୁରୀ ବାଜା ନେଇ ସାଂସ୍କୃତିକ ଶୋଭାଯାତ୍ରା କରାଯାଇଥିଲା । ଶୋଭାଯାତ୍ରା ଅଡିଟୋରୀୟମ ହଲ କୁ ପହଁଞ୍ଚିବା ପରେ ସଭାକାର୍ଯ୍ୟ ହୋଇଥିଲା । ଏଥିରେ ପଦ୍ମଶ୍ରୀ ହଲଧର ନାଗ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଲେ ଅଟଲବିହାରୀ ପଣ୍ଡା, ରାଧାରାଣୀ ପଣ୍ଡା , ସ୍ଥାନୀୟ ବୃଦ୍ଧିଜୀବୀ ଅତିଥି ରୂପେ ଯୋଗଦେଇଥିଲେ । ସମ୍ବଲପୁରୀ ଦିବସ ସମ୍ପର୍କରେ ମୁଖ୍ୟଅତିଥି ଓ ବକ୍ତାମାନେ ବକ୍ତବ୍ୟ ଦେଇଥିଲେ । ସମ୍ବଲପୁରୀ ଦିବସ ପାଳନକରିବାର ମୂଳ ଲକ୍ଷ୍ୟ ସମ୍ବଲପୁରୀ ଭାଷା , ସାହିତ୍ୟ ର ପ୍ରଚାର ପ୍ରସାର ବୋଲି କହିଛନ୍ତି । ଏହି ଅବସରରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ । ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ସମ୍ବଲପୁରୀ ନୃତ୍ୟ ,ଗୀତ ସହିତ ବୃନ୍ଦାମାଲ ସ୍ଥିତ ଦିବ୍ୟଙ୍ଗ ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନକରି ରେମ୍ପ ସୋ ପ୍ରଦର୍ଶନ କରିଥିଲେ ।
Body:ବାଇଟ1 -ପଦ୍ମଶ୍ରୀ ହଲଧର ନାଗ , କବି
ବାଇଟ2 -ଅଟଲବିଙାରୀ ପଣ୍ଡା (ଚଳଚିତ୍ର ଅଭିନେତା)
ବାଇଟ3 -ଅଜିତ ରଥ (ଜିଲ୍ଲା ପ୍ରଭାରୀ, ପଶ୍ଚିମାଞ୍ଚଳ ଏକତା ମଞ୍ଚ )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.