ETV Bharat / state

ଖୁବଶୀଘ୍ର ଚୌକିପଡା ରେଲୱେ ଓଭରବ୍ରିଜ କାମ ଆରମ୍ଭ, ଦୀର୍ଘଦିନର ସ୍ବପ୍ନପୂରଣ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Apr 29, 2022, 4:01 PM IST

ଚୌକିପଡାର ନିର୍ମାଣଧୀନ ରେଲୱେ ଓଭର ବ୍ରିଜକୁ ନେଇ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ । ଝାରସୁଗୁଡାବାସୀଙ୍କ ୫୦ ବର୍ଷର ସ୍ବପ୍ନ ପୂରଣ ହେବାକୁ ଯାଉଛି କହିଲେ ନବଦାସ । ଅଧିକ ପଢ଼ନ୍ତୁ

review meeting held by nabakishore das in jharsuguda
ଚୌକିପଡାର ନିର୍ମାଣଧୀନ ରେଲୱେ ଓଭର ବ୍ରିଜକୁ ନେଇ ସମୀକ୍ଷା ବୈଠକ

ଝାରସୁଗୁଡ଼ା: ଚୌକିପଡାର ନିର୍ମାଣଧୀନ ରେଲୱେ ଓଭର ବ୍ରିଜକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ଝାରସୁଗୁଡା ରେଳ ବିଭାଗ ଅଧିକାରୀ, ସ୍ଥାନୀୟ ବୁଦ୍ଧିଜୀବୀ ମଧ୍ୟ ସାମିଲ ହୋଇଥିଲେ ।

ଝାରସୁଗୁଡ଼ା ଜିଲ୍ଲା ଚୌକିପଡାରେ ନିର୍ମାଣ ହେବାକୁ ଥିବା ଓଭର ବିଜ୍ରର ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଛି । ଓଭରବ୍ରିଜ ହେଲେ ମୁଖ୍ୟ ବଜାର ଓ ଚୌକିପଡାରେ ଥିବା ୧୦୦ରୁ ଉର୍ଦ୍ଧ୍ଵ ଦୋକାନ ଉଚ୍ଛେଦ କରାଯିବ । ତେବେ ବ୍ୟବସାୟୀମାନଙ୍କ କିପରି ଓ କେଉଁଠିକୁ ସ୍ଥାନାନ୍ତରିତ କରାଯିବ ସେନେଇ ସମୀକ୍ଷା ହୋଇଛି ।

ଝାରସୁଗୁଡା ଜିଲ୍ଲାବାସୀଙ୍କ ୫୦ ବର୍ଷର ଦାବି ପୂରଣ ହେବାକୁ ଯାଉଛି । ଏହା ନୂତନ ଝାରସୁଗୁଡା ନିର୍ମାଣର ଏକ ଅଂଶବିଶେଷ । ଏହା ମଧ୍ୟ ନିର୍ବାଚନ ପ୍ରତିଶୃତି ଥିଲା ବୋଲି କହିଛନ୍ତି ସ୍ବସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଓ ରେଲୱେ ଜମି ପାଇଁ ରାଜ୍ୟ ସରକାର ଅର୍ଥ ମଧ୍ୟ ଭରଣା କରିଛନ୍ତି । କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ମଧ୍ୟ ଥଇଥାନର ବ୍ୟବସ୍ଥା କରାଯାଇ ତିନିମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.