ଝାରସୁଗୁଡ଼ା: ଜିଲ୍ଲା ବ୍ରଜରାଜନଗର ବିଧାନସଭା ମଣ୍ଡଳୀରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଏକ ସମୀକ୍ଷା କରାଯାଇଥିଲା। ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଲଖନପୁର ବ୍ଲକ କାର୍ଯ୍ୟାଳୟଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଲକ ଅଧକ୍ଷ୍ୟା, ଉପଧକ୍ଷ୍ୟା, ପ୍ରକଳ୍ପ ନିର୍ଦେଶକ ତପିରାମ ମାଝୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡିକ ସ୍ଵଚ୍ଛତା ଅବଲମ୍ବନ ପୂର୍ବକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମ୍ପନ୍ନ କରିବାକୁ ବିଧାୟକ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ରାସ୍ତାର ଉନ୍ନତିକରଣ, ଜଳସେଚନ ପାଇଁ ବ୍ୟାରେଜ ନିର୍ମାଣ, ଚାଷୀମାନଙ୍କ ସମସ୍ୟାର ସମାଧାନ, ଜନହିତକର ଯୋଜନା ଗୁଡିକ ସମ୍ପର୍କରେ ଜନପ୍ରତିନିଧି ମାନଙ୍କ ସହ ଆଲୋଚନା ପୂର୍ବକ କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ରୂପାୟନ, ଧାର୍ଯ୍ୟ ସମୟ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ଓ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ କାର୍ଯ୍ୟ ତ୍ବରାନିତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ବୈଠକରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦେଶକ ଓ ସହକାରୀ ନିର୍ଦେଶକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଝାରସୁଗୁଡାରୁ ରବି ସାହୁ, ଇଟିଭି ଭାରତ