ETV Bharat / state

ମାନସିକ ଅନଗ୍ରସର ଯୁବତୀ ପାଇଁ ଔଷଧ ମଗାଇଲା ପୋଲିସ

ଜଣେ ମାନସିକ ଅନଗ୍ରସର ଯୁବତୀ ପାଇଁ କଟକରୁ ଏକ ଜରୁରୀ ଔଷଧ ମଗାଇ ମାନବିକତାର ପରିଚୟ ଦେଇଛନ୍ତି ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ ।

police  provided essential medicine to mental illness patient in brajaraj nagar
ମାନସିକ ଅନଗ୍ରସର ଯୁବତୀ ପାଇଁ ଔଷଧ ମଗାଇଲେ ପୋଲିସ
author img

By

Published : Apr 22, 2020, 8:50 PM IST

ଝାରସୁଗୁଡା: ଜଣେ ମାନସିକ ଅନଗ୍ରସର ଯୁବତୀ ପାଇଁ କଟକରୁ ଏକ ଜରୁରୀ ଔଷଧ ମଗାଇ ମାନବିକତାର ପରିଚୟ ଦେଇଛନ୍ତି ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ । କରୋନା ସଂକ୍ରମଣକୁ ଖାତିର ନକରି ତଥା ନିଜ ଘର ସଂସାରକୁ ଭୁଲି ପୁଲିସ ବର୍ତ୍ତମାନ ପରିସ୍ଥିତିରେ ସମାଜର ରକ୍ଷା କବଚ ସାଜିଛି। କେବଳ ଲକଡାଉନ ନୁହଁ ପ୍ରତିଟି କ୍ଷେତ୍ରରେ ପୁଲିସ ଲୋକଙ୍କୁ ସାହାଯ୍ୟ କରି ଆସୁଛି। ତେବେ ଲକ ଡାଉନ ବେଳେ ଆଇପିଏସ ଅଫିସର ଅରୁଣ ବୋଥ୍ରା ମୁମ୍ବାଇର ଜଣେ ୩ ବର୍ଷର କୁନି ପିଲା ପାଇଁ ଓଟ କ୍ଷୀର ମଗାଇ ଚର୍ଚ୍ଚାରେ ରହିଥିବା ବେଳେ ବ୍ରଜରାଜନଗରର ଜଣେ ଯୁବ ପୁଲିସ ଅଫିସରଙ୍କ ଏଭଳି ଏଭଳି ଏକ କାମ କରିଦେଖାଇଛନ୍ତି ଯେ ପୁଲିସର ଭାବମୂର୍ତ୍ତିକୁ ଆହୁରି ଉଜ୍ବଳ କରି ଦେଇଛି।

ମାନସିକ ଅନଗ୍ରସର ଯୁବତୀ ପାଇଁ ଔଷଧ ମଗାଇଲେ ପୋଲିସ

ବନ୍ଧବାହାଲ ଅଞ୍ଚଳରେ ପରିବାର ସହ ରହୁଥିବା ଯୁବତୀ ଜଣକ ମାନସିକ ଅନଗ୍ରସର ହୋଇଥିବାରୁ ଦୀର୍ଘଦିନ ଧରି ଏମ୍ସ ଓ କଟକ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସୁଛନ୍ତି। ହେଲେ ସାରା ଦେଶ ତାଲା ବନ୍ଦ ରହିଥିବାରୁ ଡାକ୍ତର ସହିତ ପରାମର୍ଶ କିମ୍ବା ଚେକ ଅପ ମଧ୍ୟ ହୋଇ ପାରୁନାହିଁ। ସେହି ପରି କେବଳ କଟକ ଓ ଭୁବନେଶ୍ବର ଅଞ୍ଚଳରେ ମିଳୁଥିବା ଅତି ଆବଶ୍ୟକ ଔଷଧ ମଧ୍ୟ ମିଳିବାକଷ୍ଟକର ହୋଇଛି । ଯୁବତୀଙ୍କ ପରିବାର ସଦସ୍ୟ ଔଷଧ ଆଣିବା ପାଇଁ ପ୍ରଶାସନ ଓ ପୋଲିସକୁ ଯୋଗାଯୋଗ କରି ନିଜର ଗାଡ଼ି ଯୋଗେ ଯିବାପାଇଁ ପାସ ମାଗିଥିଲେ ତେବେ କଟକ ଯାଇ ଫେରିବା ପରେ ୧୪ ଦିନର ସଂଗରୋଧର କଡା ନିୟମ ରହିଥିବାରୁ ଧର୍ମସଙ୍କଟରେ ପୁରା ପରିବାର ପଡି ଯାଇଥିଲେ । ତେବେ ଏହି ପରିବାର ପାଇଁ ଘଡି ସନ୍ଧି ମୁହୂର୍ତ୍ତରେ ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶ ଖବରପାଇ ସହାୟତାର ହାତ ବଢ଼ାଇଥିଲେ ।

ସ୍ଥାନୀୟ ଅଞ୍ଚଳରେ ବହୁ ଚେଷ୍ଟା କରି ଦରକାରୀ ଔଷଧ ଖୋଜା ଖୋଜି କରାଯାଇଥିଲେ ହେଁ ତାହା ମିଳି ନ ଥିଲା। ଏହା ପରେ କଟକରୁ ସ୍ୱତନ୍ତ୍ର ଭାବେ ଔଷଧ ମଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଏସଡିପିଓ ଦିଲୀପ ଦାସ । କଟକରେ ଥିବା ତାଙ୍କ ବନ୍ଧୁମାନଙ୍କୁ ଯୋଗା ଯୋଗ କରିବାରୁ ଏହି ଔଷଧ ମିଳିଥିଲା ହେଲେ ପରିବହନ ନେଇ ସମସ୍ୟା ଆରମ୍ଭ ହୋଇଥିଲା । ଶେଷରେ ରାଶନ ସାମଗ୍ରୀ ନେଇ ବ୍ରଜରାଜନଗରକୁ ଆସୁଥିବା ଏକ ଟ୍ରକରେ ଔଷଧ ପଠା ଯାଇଥିଲା ଏବଂ ସୋମବାର ଦିନ ପହଞ୍ଚିଥିଲା। ଏସଡିପିଓ ଔଷଧ ପାଇବା ମାତ୍ରକେ ତୁରନ୍ତ ଯୁବତୀଙ୍କ ବାସଭବନ ଯାଇ ଔଷଧ ପ୍ରଦାନ କରିଥିଲେ । ଏଭଲି ଘଟଣା ସାରା ଅଞ୍ଚଳରେ ବ୍ୟାପିବା ପରେ ଏବେ ବିଭିନ୍ନ ମହଲରେ ଏସଡିପିଓ ଶ୍ରୀ ଦାଶଙ୍କୁ ପ୍ରଶଂସା କରାଯାଉଛି।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.