ETV Bharat / state

ଗରବା ନୃତ୍ୟରେ ଝୁମିଲା ଝାରସୁଗୁଡା ସହର - ଏ ୱାନ ଇଭେଣ୍ଟ ଝାରସୁଗୁଡା

ଦାଣ୍ଡିଆ (ଗରବା) ନୃତ୍ୟରେ ମସଗୁଲ ଝାରସୁଗୁଡ଼ା ସହରବାସୀ । ସହରର ଉତ୍କଳ ଜ୍ୟୋତି ଭବନ ଝାରସୁଗୁଡା ଟାଲେଣ୍ଟ ହବ ଓ ଏ ୱାନ ଇଭେଣ୍ଟ ପକ୍ଷରୁ ଦୁର୍ଗାପୂଜା ଅବସରରେ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଅଧିକ ପଢ଼ନ୍ତୁ

ଗର୍ବା ନୃତ୍ୟରେ ଝୁମିଲା ଝାରସୁଗୁଡ଼ା ସହର
ଗର୍ବା ନୃତ୍ୟରେ ଝୁମିଲା ଝାରସୁଗୁଡ଼ା ସହର
author img

By

Published : Oct 3, 2022, 5:19 PM IST

ଝାରସୁଗୁଡ଼ା: ଗରବା (ଦାଣ୍ଡିଆ) ନୃତ୍ୟରେ ଅଧରାତି ଯାଏଁ ଝୁମିଲେ ସହରବାସୀ । ଝାରସୁଗୁଡା ଟାଲେଣ୍ଟ ହବ ଓ ଏ ୱାନ ଇଭେଣ୍ଟ ପକ୍ଷରୁ ଦୁର୍ଗାପୂଜା ଅବସରରେ ଦୁଇଦିନ ଧରି ପରିବେଷଣ ହୋଇଛି ଦାଣ୍ଡିଆ ନୃତ୍ୟ । ସହରର ଉତ୍କଳ ଜ୍ୟୋତି ଭବନ ଠାରେ ସମସ୍ତେ ଦାଣ୍ଡିଆ ନୃତ୍ୟରେ ମସଗୁଲ । ପିଲାଠାରୁ ବୁଢ଼ା ଯାଏଁ ସମସ୍ତେ ଏକଜୁଟ ହୋଇ ଦାଣ୍ଡିଆ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା ।

ଗରବା ନୃତ୍ୟରେ ଝୁମିଲା ଝାରସୁଗୁଡା ସହର

ପାର୍ବଣ ସମୟରେ ଦାଣ୍ଡିଆ ଖେଳର ମଜ୍ଜା ଟିକେ ନିଆରା । ଏହି ସମୟରେ ମାଆଙ୍କୁ ପୂଜା ମଣ୍ଡପରେ ଦର୍ଶନ କରିବା ସାଙ୍ଗକୁ ସମସ୍ତେ ଡିଜେ ନାଇଟର ତାଳେ ତାଳେ ଦାଣ୍ଡିଆ ନୃତ୍ୟରେ ଝୁମିବାକୁ ଅନେକ ଅପେକ୍ଷା କରି ରହିଥାନ୍ତି । ଚଳିତ ବର୍ଷ ଦଶହରା କରୋନା ମୁକ୍ତ ଥିବାରୁ ମା' ଦୁର୍ଗାଙ୍କ ଆବାହନ ପରେ ଦାଣ୍ଡିଆ ନୃତ୍ୟ କରି ଖୁସି ମନାଇଛନ୍ତି ଭାଇଚାରର ସହର ଝାରସୁଗୁଡାବାସୀ । ଏହି କାର୍ଯ୍ୟକ୍ରମ ଝାରସୁଗୁଡା ଟାଲେଣ୍ଟ ହବ ଓ ଏ ୱାନ ଇଭେଣ୍ଟ ପକ୍ଷରୁ ଆୟୋଜନ କରାଯାଇଥିଲା । ଉତ୍କଳ ଜ୍ୟୋତି ଭବନ ଠାରେ ଏହି କାର୍ଯ୍ୟକ୍ରମରେ ଶହଶହ ଲୋକ ସାମଲ ହୋଇ ଗୁଜୁରାଟର ପ୍ରସିଦ୍ଧ ଦାଣ୍ଡିଆ ନୃତ୍ୟ କରିଥିଲେ । ମଝିରେ ମା' ଦୁର୍ଗାଙ୍କ ଫଟୋ ରଖି ଚାରିପଟେ ସମସ୍ତେ ଗୀତର ତାଳେ ତାଳେ ଝୁମିଥିଲେ ।

ଦାଣ୍ଡିଆ ନୃତ୍ୟ ଏବେ କେବଳ ଗୁଜୁରାଟରେ ସିମିତ ରହିନାହିଁ । ଦେଶ ବିଦେଶରେ ବେଶ ଆଦୃତ ଲାଭ କରିଛି ଏହି ଗୁଜୁରାଟୀ ନୃତ୍ୟ । ଦେଶର ବିଭିନ୍ନ ରାଜ୍ୟରେ ଦୁର୍ଗା ପୂଜା ସମୟରେ ଦାଣ୍ଡିଆ ନୃତ୍ୟ ପରିବେଷଣ କରି ଖୁସି ମନାଉଛନ୍ତି ଲୋକେ । ତେବେ ଗୁଜୁରାଟର ଏହି ସଂସ୍କୃତିକୁ ଆହୁରି ପ୍ରଚାର ପ୍ରସାର କରିବା ପାଇଁ ଝରସୁଗୁଡା ଟାଲେଣ୍ଟ ହବ ପ୍ରୟାସ କରିଛି । ତେବେ ଏହି କାର୍ଯ୍ୟକ୍ରମରେ ଲୋକେ କେବଳ ଗର୍ବା (ଦାଣ୍ଡିଆ) ପରିବେଷଣ କରନ୍ତି ତାହା ନୁହେଁ, ବରଂ ଏକାଠି ମାଆଙ୍କ ଆଶୀର୍ବାଦ ନେଇ ଏକ ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.