ଝାରସୁଗୁଡା: ରାତି ପାହିଲେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଆସନ୍ତାକାଲି(ଶୁକ୍ରବାର) ସକାଳେ ମତଦାନ ଥିବାବେଳେ ଆଜି ଭୋଟରଙ୍କୁ ଟଙ୍କା ବଣ୍ଟା ଯାଉଥିବାର ଘଟଣା ସାମ୍ନାକୁ ଆସିଛି । ଟଙ୍କା ବାଣ୍ଟି ଭୋଟରଙ୍କୁ କିଣିବା ପାଇଁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ଝାରସୁଗୁଡା ଜିଲ୍ଲା ଲଖନପୁର ଜୋନ-୧ ଅନ୍ତର୍ଗତ କଣ୍ଡେଇକେଲା ଗ୍ରାମରେ ଏହି ଘଟଣା ପ୍ରକାଶ ପାଇଛି ।
ଆଜି ସକାଳେ ଦୁଇ ଜଣ ଯୁବକ କଣ୍ଡେଇକେଲା ଗାଁରେ ଟଙ୍କା ବାଣ୍ଟିଥିଲେ । ଗ୍ରାମବାସୀ ସେମାନଙ୍କୁ ମାଡ଼ ମାରିବା ସହ ଅଟକ ରଖି ପୋଲିସକୁ ଖବର ଦେଇଥିଲେ l ରେଙ୍ଗାଲି ପୋଲିସ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତ ନିୟନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ଟଙ୍କା ବାଣ୍ଟୁଥିବା ଦୁଇ ଯୁବକକୁ ଅଟକ ରଖିଛି l ଉକ୍ତ ଘଟଣାଟି ସାମଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଯୁବକ ଦ୍ବୟଙ୍କ ପରିଚୟ ଏ ଯାଏଁ ମିଳି ନଥିବା ରେଙ୍ଗାଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ