ETV Bharat / state

ବେଆଇନ ପାଉଁଶ ପରିଚାଳନାକୁ ବିରୋଧ

author img

By

Published : Jun 20, 2021, 4:37 PM IST

ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁଲମଖୁଲା ଭାବେ ଉଡନ୍ତା ପାଉଁଶ ପକାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିବାଦର ସ୍ବର ଘନେଇବାରେ ଲାଗିଛି । ଅଧିକ ପଢନ୍ତୁ...

ବେଆଇନ ପାଉଁଶ ପରିଚାଳନାକୁ ବିରୋଧ
ବେଆଇନ ପାଉଁଶ ପରିଚାଳନାକୁ ବିରୋଧ

ଝାରସୁଗୁଡା: ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁଲମଖୁଲା ଭାବେ ଉଡନ୍ତା ପାଉଁଶ ପକାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିବାଦର ସ୍ବର ଘନେଇବାରେ ଲାଗିଛି । ବେଆଇନ ପାଉଁଶ ପରିଚାଳନାକୁ ନେଇ ଜିଲ୍ଲାରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ସ୍ଥାନରେ ରାତାରାତି ପାହାଡ଼ ପରି ଜମା ହେଉଛି ପାଉଁଶ । ଏହାକୁ ନେଇ ପରିବେଶ ପ୍ରେମୀ ଆପତ୍ତି ମଧ୍ୟ ଉଠାଉଥିବା ବେଳେ ବିଭିନ୍ନ ମାମଲାରେ ଜାତୀୟ ଗ୍ରୀନ ଟ୍ରିବୁନାଲରେ ବିଚାରାଧୀନ ରହିଛି । ଝାରସୁଗୁଡ଼ା ନିକଟସ୍ଥ କୁମୁଡ଼ାପାଲି ଜଙ୍ଗଲରେ ପାଉଁଶ ଗଦା କରାଯାଉଥିବା ବେଳେ ଆଞ୍ଚଳିକ ପରିବେଶ ସୁରକ୍ଷା ସଂଘ ଏହା ଉପରେ ଆପତ୍ତି କରିଛି ।

ବେଆଇନ ପାଉଁଶ ପରିଚାଳନାକୁ ବିରୋଧ

ସଂଘ ପକ୍ଷରୁ ପ୍ରକାଶ ଯେ, ଏହି ଜଙ୍ଗଲରେ ୫୦ ଏକର ଅଞ୍ଚଳରେ ଅନେକ ଗଛ କାଟି ପାଉଁଶ ଗଦା କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ପରେ ଜଙ୍ଗଲ ଜମିରେ ଗଛ କାଟି ପାଉଁଶ ପକାଯାଉଥିବା ଅଭିଯୋଗ କରିବା ପରେ ଝାରସୁଗୁଡା ବନ ବିଭାଗ ରେଞ୍ଜର ନିଜ ଷ୍ଟାଫଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଜମିର ମାପଚୁପ ନହେଲା ପର୍ଯ୍ୟନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବନ ବିଭାଗ ପକ୍ଷରୁ ଏହି ସ୍ଥାନରେ ପହଞ୍ଚି ପାଉଁଶ ପକାଇବା ବନ୍ଦ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ଏହି ସ୍ଥାନରେ ସମ୍ପୃକ୍ତ କମ୍ପାନୀକୁ ପାଉଁଶ ଗଦା କରିବାକୁ କିଏ ଅନୁମତି ଦେଇଥିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.