ETV Bharat / state

ଭୁଶୁଡ଼ିଲା ଓପଜିସିର ଆସ ପଣ୍ଡ, ଗାଁ ମୁହାଁ ହେଲା ପାଉଁଶ ମିଶ୍ରିତ ପାଣି

author img

By ETV Bharat Odisha Team

Published : Dec 9, 2023, 8:04 PM IST

Updated : Dec 9, 2023, 8:50 PM IST

OPGC ash pond collapsed: ଭୁଶୁଡ଼ିଲା ଝାରସୁଗୁଡ଼ା ଜିଲ୍ଲା ବନହରପାଲିସ୍ଥିତ ଓପିଜିସି ଆସ ପଣ୍ଡ । ବନ୍ଧ ଭାଙ୍ଗି ଚାଷ ଜମିରେ ପଶିଲା ପାଉଁଶ ପାଣି । ଅଧିକ ପଢ଼ନ୍ତୁ

ଭୁଶୁଡିଲା ଓପଜିସିର ଆଶ ପଣ୍ଡ
ଭୁଶୁଡିଲା ଓପଜିସିର ଆଶ ପଣ୍ଡ
ଭୁଶୁଡିଲା ଓପଜିସିର ଆଶ ପଣ୍ଡ

ଝାରସୁଗୁଡା: ଭୁଶୁଡିଲା ଝାରସୁଗୁଡା ଜିଲ୍ଲା ଇବ ଥର୍ମାଲ ବନହରପାଲି ସ୍ଥିତ OPGC କମ୍ପାନୀର ଓପିଜିସି ଆସ ପଣ୍ଡ । ଆଜି ସକାଳୁ ୟୁନିଟ 1 ଓ 2 ର 3 ନମ୍ୱର ପାଉଁଶ ପୋଖରୀରେ ୨୦ ଫୁଟରୁ ଉର୍ଦ୍ଧ୍ବ ଘାଇ ହେବା ସହ ପାଉଁଶ ମିଶ୍ରିତ ସ୍ଲରି ନିକଟସ୍ଥ ଗାଁ ମାଡ଼ିବାରେ ଲାଗିଛି । କୁମ୍ଭାରବନ୍ଧ ପଞ୍ଚାୟତର କଁଟାଟିକ୍ରା, ସରଧାପାଲି ଏବଂ ରେଙ୍ଗାଲି ଗ୍ରାମର ଶତାଧିକ ଚାଷ ଜମିରେ ପାଉଁଶ ପାଣି ମାଡି ଯାଇଛି । ପାଉଁଶ ପାଣି ଚାଷ ଜମିକୁ ମାଡି ଯିବା ସହ ଗ୍ରାମ ପାଖକୁ ପହଞ୍ଚି ଯାଇଥିବାରୁ ଗ୍ରାମବାସୀମାନେ ଭୟଭିତ ହୋଇ ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ।

ଓପଜିସିର ପାଉଁଶ ପୋଖରୀ ଭାଙ୍ଗି ଶତାଧିକ ଏକର ଚାଷ ଜମି ନଷ୍ଟ ହେବାସହ ଅନେକ ପରିବାର ଜୀବିକା ହରାଇଛନ୍ତି । ପ୍ରାୟ 100 ଏକର ଜମିରେ ପାଉଁଶ ପାଣି ମାଡିଯାଇ ଧାନ, ପନିପରିବା, ମାଛ ଚାଷ ଆଦି ନଷ୍ଟ ହୋଇଛି । ଏହି ପାଉଁଶ ପୋଖରୀରୁ ପାଣି ଲିକେଜ ହେବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ମଧ୍ୟ ଓପଜିସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନନେବାରୁ ପାଉଁଶ ପୋଖରୀ ବନ୍ଧ ଭାଙ୍ଗିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ପାଉଁଶ ପୋଖରୀ ଭାଙ୍ଗିଯିବା ପରେ ଗ୍ରାମବାସୀମାନେ ଭୟରେ ଛୁଆ ପିଲା ଧରି ଉଚ୍ଚ ସ୍ଥାନକୁ ଚାଲିଆସି ଆଶ୍ରୟ ନେଇଛନ୍ତି । ଏହାସହ ଶତାଧିକ ସ୍ଥାନୀୟ ମହିଳା ଏବଂ ପୁରୁଷ ସରଧାପାଲି ଗ୍ରାମ, ଏବଂ ଓପଜିସି ପାଉଁଶ ପୋଖରୀ ଗେଟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । କ୍ଷୟକ୍ଷତିର ଆକଳନ କରି ଶୀଘ୍ର କ୍ଷତିପୂରଣ ଦେବାସହ ଗ୍ରାମବାସୀଙ୍କୁ ନିଯୁକ୍ତି ଏବଂ କ୍ଷତିପୂରଣ ଦେଇ ସମ୍ପୂର୍ଣ ଭାବରେ ବିସ୍ଥାପିତ କରାଯାଉ ବୋଲି ଲୋକେ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ବିକ୍ରି ହେବ ଓପିଜିସିର 49 ପ୍ରତିଶତ ଅଂଶଧନ; ବିରୋଧୀଙ୍କ ଅସନ୍ତୋଷ, ସ୍ୱାଗତ କଲା ବିଜେଡି

ପାଉଁଶ ପୋଖରୀ ଭାଙ୍ଗିବା ପରେ ଲଖନପୁର ତହସିଲଦାରଙ୍କ ସହ ଜିଲ୍ଲା ପ୍ରଶାସନର ଏକ ଟିମ ଏବଂ ଓପଜିସି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି । ପାଉଁଶ ପୋଖରୀର ଭାଙ୍ଗି ଯାଇଥିବା ବନ୍ଧକୁ ଶୀଘ୍ର ମରାମତି କରିବା ପାଇଁ ଲଖନପୁର ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପ୍ରଶାସନ, ଓପଜିସି କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଏକ ତ୍ରୀପାକ୍ଷିକ ଆଲୋଚନା ହୋଇଛି । ଏକର ପିଛା 40 କ୍ୟୁଣ୍ଟାଲ ଧାନର କ୍ଷତିପୂରଣ, ପାଉଁଶ ପାଣି ମାଡିଥିବା ଜମିର ଆକଳନ କରି ଏକକାଳିନ କ୍ଷତିପୂରଣ ଏବଂ ସରଧାପାଲି, କଁଟାଟିକ୍ରା ଏବଂ ରେଙ୍ଗାଳି ଗ୍ରାମକୁ ବିସ୍ଥାପିତ କରାଯାଉ ବୋଲି ଦାବି କରିଛନ୍ତି । ଜିଲ୍ଲାପ୍ରଶାସନ, ଓପିଜିସି କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତ୍ରୀପାକ୍ଷିକ ଆଲୋଚନା କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଓପଜିସି କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପଟେ ଭାଙ୍ଗି ଯାଇଥିବା ପାଉଁଶ ପୋଖରୀର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏବଂ ଖୁବ ଶୀଘ୍ର ମରାମତି କରାଯିବ ବୋଲି ଓପଜିସି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

Last Updated : Dec 9, 2023, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.