ETV Bharat / state

ଛଟ୍‌ ପୂଜା ପୂର୍ବରୁ ଅଘଟଣ, ଇବ୍‌ ନଦୀରେ ବୁଡି ଜଣେ ମୃତ - drowning death

ଇବ୍ ନଦୀରେ ବୁଡି ଜଣେ ମୃତ । ମୃତକ ହେଲେ ବୁରୋମାଲ ଅଞ୍ଚଳର ଗଙ୍ଗାଧର ସା । ଛଟ୍ ପୂଜା ପାଇଁ ନଦୀଘାଟ ସଫା କରୁଥିବା ବେଳେ ଘଟିଛି ଏହି ଅଘଟଣ ।

ଛଟ୍‌ ପୂଜା ପୂର୍ବରୁ ଅଘଟଣ, ଇବ୍‌ ନଦୀରେ ବୁଡି ଜଣେ ମୃତ
author img

By

Published : Oct 31, 2019, 7:24 PM IST

ଝାରସୁଗୁଡା: ଛଟ୍ ପୂଜା ପୂର୍ବରୁ ଝାରସୁଗୁଡାରେ ଅଘଟଣ । ଇବ୍ ନଦୀରେ ବୁଡି ଜଣେ ମୃତ । ମୃତକ ହେଲେ ବୁରୋମାଲ ଅଞ୍ଚଳର ଗଙ୍ଗାଧର ସା । ଛଟ୍ ପୂଜା ପାଇଁ ନଦୀଘାଟ ସଫା କରୁଥିବା ବେଳେ ଘଟିଛି ଏହି ଅଘଟଣ ।

ଛଟ୍‌ ପୂଜା ପୂର୍ବରୁ ଅଘଟଣ, ଇବ୍‌ ନଦୀରେ ବୁଡି ଜଣେ ମୃତ

ସୂଚନା ଅନୁସାରେ, ଆଗକୁ ଛଟ୍ ପୂଜା ଥିବାରୁ ଗଙ୍ଗାଧର ଓ ଅନ୍ୟଜଣେ ଯୁବକ ନଦୀଘାଟରେ ସଫାସଫି କରୁଥିଲେ । ହେଲେ ନଦୀର ପ୍ରଖର ସ୍ରୋତରେ ଉଭୟେ ଭାସି ଯାଇଥିଲେ । ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଗଙ୍ଗାଧରଙ୍କ କୌଣସି ପତ୍ତା ମିଳିନଥିଲା । ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ଗଙ୍ଗାଧରଙ୍କୁ ଉଦ୍ଧାର କରିଥିଲେ । ସେଠାରୁ ସଙ୍ଗେସଙ୍ଗେ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଛଠ ପୂଜା ପୂର୍ବରୁ ଅଘଟଣ। ଝାରସୁଗୁଡ଼ା ଜିଲ୍ଲା ଈବନଦୀ ବରଘାଟ ରେ ଛଟ ପୁଜା ଆଗାମୀ ଦିନରେ ପାଳନ ହେବାକୁ ଥିବାବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ନଦୀଘାଟକୁ ସଫା କରିବାକୁ ଯାଇଥିବା ସମୟରେ ମୁଖ୍ୟ ସ୍ରୋତରେ ଭାସିଗଲେ ଦୁଇଜଣ ଯୁବକ। ତେବେ ସ୍ଥାନୀୟ ଲୋକେ ଜଣେ ଯୁବକ କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ବୁରୋମାଲ ଅଂଚଳର ଗଙ୍ଗାଧର ସା ପାଣିରେ ଭାସିଯାଇ ନଦୀରେ ବୁଡି ଯାଇଥିଲେ। ବହୁ ସମୟ ଧରି ତାଙ୍କୁ ଖୋଜାଖୋଜି କରିବା ସତ୍ତ୍ୱେ ସନ୍ଧାନ ନ ମିଳିବାରୁ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ଘଟଣା ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ ଟିମ ନଦୀ ଭିତରକୁ ଯାଇ ଗଙ୍ଗାଧର ଙ୍କୁ ଉଦ୍ଧାର କରିଥିଲେ ଓ ଝାରସୁଗୁଡ଼ା ଡାକ୍ତରଖାନ କୁ ପଠାଇଥିଲେ କିନ୍ତୁ ଡାକ୍ତର ଗଙ୍ଗାଧର କୁ ମୃତ ଘୋଷଣା କରିଛନ୍ତି। ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳିଯାଇଛି।Body:।।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.