ETV Bharat / state

କୋଇଲା ବୋଝେଇ ଟ୍ରକ ଧକ୍କାରେ ଶିଶୁ ମୃତ, 2 ଆହତ

author img

By

Published : Aug 21, 2021, 9:01 AM IST

ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣେ ମୃତ, 2 ଗୁରୁତର । ଅଧିକ ପଢନ୍ତୁ...

କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, 2 ଆହତ
କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, 2 ଆହତ

ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଛାତ୍ରୀ ଆକଣ୍ଟା ଠାରେ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ 5 ବର୍ଷର ଝିଅର ମୃତ୍ୟୁ ହୋଇଛି । ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଟ୍ରକ ଜାଳିଦେବା ସହ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।

କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, 2 ଆହତ

ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ଛାତ୍ରୀଆକଣ୍ଟା ଠାରେ ଏକ ବାଇକକୁ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ଜଣେ 5 ବର୍ଷିୟ ଝିଅର ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ଜଣେ 5 ବର୍ଷର ଝିଅ ଓ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ଟ୍ରକ ଜାଳି ଦେଇଛନ୍ତି । ଏଥିସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ତେବେ ମୃତ ଝିଅ ତୃଷା ଓରାମ(5), ଆହତ ତନୁସୃ ଓରାମ(5), ବବଲୁ ଓରାମ(36) ବୋଲି ଜଣାପଡିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.