ETV Bharat / state

ଓଡ଼ିଶାରେ ମଙ୍କିପକ୍ସ ନମୂନା ପରୀକ୍ଷା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Aug 2, 2022, 10:33 PM IST

ଦେଶରେ ଧୀରେ ଧୀରେ ବୃଦ୍ଧି ପାଉଛି ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଆଗୁଆ ପଦକ୍ଷେପ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ । ଅଧିକ ପଢ଼ନ୍ତୁ

odisha health minister naba das wrote a letter to union minister on Monkeypox precaution
ଓଡ଼ିଶାରେ ମଙ୍କିପକ୍ସ ନମୂନା ପରୀକ୍ଷା ପାଇଁ ICMRକୁ ଅନୁମତି ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁ଼ଡ଼ା: ରାଜ୍ୟ ପାଇଁ ଚିନ୍ତା ବଢ଼ାଇଲାଣି ମଙ୍କିପକ୍ସ । ଦେଶରେ ସଂକ୍ରମଣ ସଂଖ୍ୟା ୮କୁ ବୃଦ୍ଧି ହେବାପରେ ଆଗୁଆ ସତର୍କତା ଅବଲମ୍ବନ କରିଛି ଓଡ଼ିଶା । ରାଜ୍ୟରେ ଆଗୁଆ ପଦକ୍ଷେପ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ନବ ଦାସ କହିଛନ୍ତି, "ବାହାରୁ ଆସୁଥିବା ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ଯାଞ୍ଚ କରାଯାଉଛି । ବିଶେଷ କରି ଯେଉଁମାନେ ସାଉଥ ଆଫ୍ରିକାରୁ ଆସୁଛନ୍ତି ସେମାନଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ହେବ । ଓଡ଼ିଶାରେ ମଙ୍କିପକ୍ସ ନମୂନା ପରୀକ୍ଷା ପାଇଁ ICMRକୁ ଅନୁମତି ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି ।" ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମଙ୍କିପକ୍ସ ସଂକ୍ରମଣ ଦେଖା ଯାଇନଥିଲେ ମଧ୍ୟ ଆଗୁଆ ସତର୍କ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟର ସମସ୍ତ ମେଡିକାଲ କଲେଜରେ ଦୁଇଟି ଲେଖାଏଁ ସିଟ ରଖିବା ପାଇଁ ସମସ୍ତ ଜିଲ୍ଲାକୁ କୁହାଯାଇଛି । ଦେଶରେ ବଢୁଥିବା ମଙ୍କିପକ୍ସ ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଦେଶର ମୋଟ ସଂକ୍ରମଣ ସଂଖ୍ୟା ୮ ମଧ୍ୟରୁ କେରଳରେ ୫କୁ ବୃଦ୍ଧି ପାଇଥିବାବେଳେ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ତିନିରେ ପହଞ୍ଚିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.